ଅଜଣା ଗାଡି ଧକ୍କାରେ ତରଭାର ବରିଷ୍ଠ ସାମ୍ବାଦିକ ରାଜ କୁମାର ମାହାଣାଙ୍କ ବିୟୋଗ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଆଜି ସକାଳ ଭୋର ୫.୩୦ ମି ରେ ଖବର କାଗଜ ବିତରଣ ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ସୁବର୍ଣ୍ଣପୁର ଜିଲ୍ଲା ର ତରଭା ବ୍ଲକ ର ବରିଷ୍ଠ ସାମ୍ବାଦିକ (ପ୍ରମେୟ ପ୍ରତିନିଧି ) ତଥା ଓଡ଼ିଶା ସାମ୍ୱାଦିକ ସଂଘ ର ଜିଲ୍ଲା ଉପଦେଷ୍ଟା ରାଜ କୁମାର ମାହାଣା (୭୬ ) ଙ୍କ ବଲାଙ୍ଗୀର ମେଡିକାଲ ରେ ମୃତ୍ୟୁ ଘଟିଛି l ଏ ଖବରରେ ତରଭା ସୋନପୁର ବଲାଙ୍ଗୀର ଅଞ୍ଚଳ ସମେତ ସାରା ଓଡ଼ିଶାରେ ସାମ୍ୱାଦିକ ମହଲ ରେ ଶୋକ ଖେଳି ଯାଇଛି l ସେ ଜଣେ ଅତି ଭଦ୍ର, ସରଳ ,ନମ୍ର ସହ ଅମାୟିକ ବ୍ୟକ୍ତିତ୍ୱ ଓ ଖୁବ୍ ଲୋକ ପ୍ରୀୟତା ହାସଲ କରିଥିଲେ l ନିଷ୍ଠା ଓ ନିର୍ଭୀକତା ର ସହିତ ସାମ୍ବାଦିକତା ବୃତ୍ତିରେ ଶେଷ ଦିନ ଶେଷ ନିଃଶ୍ୱାସ ଯାଏ କାର୍ଯ୍ଯ କରି ଆସିଥିଲେ l

ଶ୍ରୀ ମାହାଣା ଚାରି ମାସ ପୂର୍ବରୁ ଗୁରୁତର ଅସୁସ୍ଥତା କାରଣରୁ ବିକାଶ ବରଗଡ଼ ମେଡିକାଲ୍ ରେ ଦୀର୍ଘଦିନ ଚିକିତ୍ସିତ ହୋଇ ଜୀବନ ମରଣ ସହ ବହୁ ସଂଘର୍ଷ କରି ସୁସ୍ଥ ହୋଇ ଥିଲେ ଓ ପୁଣି ଏକ ନୂଆଁ ଜୀବନ ଯାପନ ଆରମ୍ଭ କରିଥିଲେ lସଂଘ କର୍ମକର୍ତା ଓ ସୁବର୍ଣ୍ଣପୁର ର ପ୍ରାକ୍ତନ ଏସ ପି ରାମ ପ୍ରସାଦ ସାହୁ ତାଙ୍କ ଘର କୁ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଉତ୍ସାହିତ କରିଥିଲେ l ଆଜି ଏ ଖବର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ସମ୍ପାଦକ ଦୁର୍ଯୋଧନ ମହାରଣା ଉପ ସଭାପତି ଦୀପକ କୁମାର ନାଏକ, ସୁଶାନ୍ତ ମହାପାତ୍ର , ରାକେଶ ଗୁପ୍ତା ରମଣୀ ରଞ୍ଜନ ଦାସ , ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମାହାଦେବ ମଲ୍ଲିକ, ସୁଭାଷ ପଣ୍ଡା ଗଭୀର ଶୋକ ପ୍ରକାଶ କରିଥିବା ବେଳେ ସୁବର୍ଣ୍ଣପୁର ସମେତ ସମସ୍ତ ଜିଲ୍ଲା ର କର୍ମକର୍ତା ଶୋକ ପ୍ରକାଶ କରିଛନ୍ତି l

ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ଉପ ସଭାପତି ଵିବେକା ନନ୍ଦ ମିଶ୍ର, ମୁକେଶ ବଗର୍ତ୍ତୀ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ନୀଳ କମଳ ମିଶ୍ର, ସମେତ ତରଭା ସୋନପୁର ଓ ବଲାଙ୍ଗିର ଅଞ୍ଚଳ ର ବହୁ ସାମ୍ୱାଦିକ , ରାଜ ନେତା, ବୁଦ୍ଧିଜୀବୀ, ସମାଜସେବୀ , ଓ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନ ଘାଟରେ ଯୋଗ ଦେଇ ସ୍ୱର୍ଗୀୟ ଶ୍ରୀ ମାହାଣା ଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଧର୍ମ ପତ୍ନୀ, ପୁଅ , ପୁତ୍ର ବଧୂ, ଦୁଇ ଝିଅ, ନାତି ନାତୁଣୀ ଶେଷ ଦର୍ଶନ କରି ଦୁଃଖ ରେ ଭାଙ୍ଗି ପଡ଼ିଥିଲେ l ତରଭା ବ୍ରିଜ ଶ୍ମଶାନ ଘାଟ ରେ ଶ୍ରୀ ମାହାଣାଙ୍କ ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ବଡ ପୁଅ ଜିତେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!