ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଅଜଣା ଗାଡି ଧକ୍କାରେ ଅକାଳ ବିୟୋଗ ଘଟିଥିବା ତରଭା ର ପ୍ରମେୟ ପ୍ରତିନିଧି ତଥା ସୁବର୍ଣ୍ଣପୁର ଜିଲ୍ଲା ର ବରିଷ୍ଠ ସାମ୍ୱାଦିକ ରାଜ କୁମାର ମାହାଣା ଙ୍କ ସ୍ମୁତି ଉଦ୍ଦେଶ୍ୟରେ ସୋନପୁର ଜିଲ୍ଲା ଶାହା ଗେଷ୍ଟ୍ ହାଉସ ଠାରେ ଆଜି ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ପ୍ରମେୟ ପରିବାର ର ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ୱାଦିକ ସଂଘ ର ଉପଦେଷ୍ଟା ପର୍ଶୁରାମ ମିଶ୍ର , ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ ଯୋଗ ଦେଇ ଶ୍ରୀ ମାହାଣା ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l
ପରେ ପରେ ପ୍ରମେୟ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ବିବେକା ନନ୍ଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଟିତ ଏହି ସଭାରେ ରେ ସମସ୍ତ ଅତିଥି ସ୍ୱର୍ଗତ ଶ୍ରୀ ମାହଣା ଙ୍କ ସ୍ମୁତି ଚାରଣ କରି ତାଙ୍କ ଭଳି ଜଣେ ସରଳ ନିଷ୍କପଟ କର୍ମଠ ଓ ଅମାୟିକ ବ୍ୟକ୍ତିତ୍ୱ ଙ୍କୁ ହରାଇ ସାମ୍ୱାଦିକ ଜଗତ ରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତ ରଖି ଥଲେ l ତାଙ୍କ ଠୁଁ ଆଗାମୀ ପିଢୀ ର ସାମ୍ୱାଦିକ ବହୁତ କିଛି ଶିକ୍ଷା ଲାଭ କରିବା ଉଚିତ ବୋଲି ମଧ୍ୟ କହିଥିଲେ l
ସଭାରେ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ସୋନପୁର ଜିଲ୍ଲା ଶାଖା ସମ୍ପାଦକ ମହାଦେବ ମଲ୍ଲିକ, ବରିଷ୍ଠ ସଦସ୍ୟ ସୁବାଷ ପଣ୍ଡା, ଉଗ୍ରସେନ କର୍ମୀ, ପ୍ରମେୟ ପରିବାର ର ବୀର ମହାରାଜ ପୁର ପ୍ରତିନିଧି ନିଳ କମଳ ମିଶ୍ର, ବିନିକା ପ୍ରତିନିଧି ମୁକେଶ ବଗର୍ତ୍ତୀ, ଅଶୋକ ପଣ୍ଡା, ସଦାନନ୍ଦ ପଧାନ, ଧନଞ୍ଜୟ ଆଡ ଜୁଆଡି, ବ୍ରହ୍ମା ନନ୍ଦ ପୁଝାରୀ, ଅରୁଣ ମିଶ୍ର, କିଶୋର ବହିଦାର, ଜିତେନ୍ଦ୍ର ଥାଟି, ବିଶିଷ୍ଟ ବ୍ୟବସାୟୀ ଜୟ କୃଷ୍ଣ ସା, ପ୍ରମୂଖ ସମସ୍ତ ବ୍ଳକ୍ ର ପ୍ରମେୟ ପ୍ରତିନିଧି ଓ ଜିଲ୍ଲା ର ବହୁ ସାମ୍ୱାଦିକ , ବୁଦ୍ଧିଜୀବୀ ଯୋଗ ଦେଇ ଶ୍ରୀ ମାହାଣା ଙ୍କ ସ୍ମୁତି ଚାରଣ କରି ଥିଲେ l ପ୍ରମେୟ ପରିବାର ଏବଂ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳ କମଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ