ରାସ୍ତା ପାଇଁ ଯମଯନ୍ତ୍ରଣା ଭୋଗୁଛନ୍ତି ବିସ୍ଥାପିତ ଓ ଟୁଙ୍ଗଲେଇସାହି ବାସୀ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ପୁର ବିସ୍ଥାପିତ ନୂଆ କଲୋନୀ ଓ ଟୁଙ୍ଗଲେଇ ସାହିକୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ରାସ୍ତାରେ ଅନେକ ବଡ଼ ବଡ଼ ଗର୍ତ୍ତ ସହିତ କାଦୁଅ ଭରି ରହିଥିବାରୁ ଏହି ରାସ୍ତାରେ ଯିବା ଆସିବା ବହୁ କଷ୍ଟସାଧ୍ୟ ହୋଇଛି। ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତ ଏବଂ କାଦୁଅରେ ଖସି ଆହତ ହେବା ସ୍ଥାନୀୟ ଲୋକଙ୍କ ପାଇଁ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହି କାଦୁଅ ରାସ୍ତାରେ ଗଭୀର ଗର୍ତ୍ତ ଯୋଗୁଁ ଚାରି ଚକିଆ ତ ଦୂର କଥା ସାଇକେଲ, ମୋଟରସାଇକେଲ ମଧ୍ୟ ଯାଇ ପାରୁନାହିଁ।

ଚମ୍ପୁଆ ମୁଖ୍ୟାଳୟ କୁ ଏହା ଏକ ମାତ୍ର ରାସ୍ତା ହୋଇ ଥିବା ବେଳେ ଏହି ରାସ୍ତା ଖାଲ ଖମା, କାଦୁଅ ପଚପଚ ହୋଇ ଥିବାରୁ ରାସ୍ତାରେ ଯିବା ଆସିବା ଅତି ଶୋଚନୀୟ ହୋଇ ପଡିଛି। ଫଳରେ ସାହି ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମର ଟୁଙ୍ଗଲେଇସାହି ରେ ୫୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ କାନପୁର ନଦୀ ବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ଆସିଥିବା ୩୦ପରିବାର ନୂଆ କଲୋନୀରେ ରହୁଛନ୍ତି।ତେବେ ମହେଶ୍ୱର ପୁର ଗ୍ରାମ ଭିତରୁ ଏହି ଦୁଇ ସାହି କୁ ସିଧା ସଳଖ କୌଣସି ରାସ୍ତା ନ ଥିବାରୁ ସାତକୁଟୁଣିଆ ଛକରୁ ହୁଡ଼ି ତଳ ଦେଇ ଯାଇଥିବା ଏକ ମାତ୍ରପଥୁରିଆ ରାସ୍ତା ଉପରେ ନିର୍ଭର କରିଥାନ୍ତି ।

ଦୀର୍ଘ ଦିନ ରୁ ଏହି ରାସ୍ତାର ଉନ୍ନତି କରଣ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦାବୀ ହୋଇ ଆସିଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ କର୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନ ଥିବା ବେଳେ ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଫଳରେ ବିସ୍ଥାପିତ ନୂଆ କଲୋନୀ ଓ ଟୁଙ୍ଗଲେଇ ସାହି ବାସୀ କାଦୁଅବନ୍ଦୀ ହୋଇ ଯମଯନ୍ତ୍ରଣା ଭୋଗୁଛନ୍ତି। ତେଣୁ କର୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ଉନ୍ନତି କରଣ କରିବାକୁ ସାହିବାସୀ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!