ବାଲୁଙ୍କେଶ୍ବର ମନ୍ଦିରରେ ଦୁଇ କିଲୋ ଚାନ୍ଦିର ପଞ୍ଚମୂଖି ସର୍ପ ସ୍ଥାପନ।

ରାୟଗଡା (ଗୋପୀନାଥ ଗୌଡ଼): ବ୍ରାହ୍ମଣ ସାହିସ୍ଥିତ ପି.ଏଚ.ଡ଼ି ନିକଟରେ ଥିବା ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରେ ଦୁଇ କିଲୋ ଓଜନର ସର୍ପ ସ୍ଥାପନ କରଯାଇଛି। ନବ ନିର୍ମିତ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଫେବୃୟାରୀ ମାସରେ ଆରମ୍ଭ ହୋଇଥିଲା। କ୍ରମାଗତ ଭାବରେ ମନ୍ଦିର ଉନ୍ନତି ଦିଗରେ କାର୍ଯ୍ୟ ଜାରି ରହିଛି। ଏହି ପରିପେକ୍ଷୀରେ ଆଜି ସିକରପାଇ ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ଈଶ୍ୱର ରାଓ ଗୋପାଳ ଚେଟ୍ଟି ନିଜ ଧର୍ମ ପତ୍ନୀ ସ୍ଵାତୀ ଗୋପାଳ ଚେଟ୍ଟିଙ୍କ ସପରିବାର ସହ ଦୁଇ କିଲୋ ଚାନ୍ଦିରେ ତିଆରି ପଞ୍ଚମୂଖି ସର୍ପ ଏବଂ ୨୭୦ଗ୍ରାମ ଚାନ୍ଦିରେ ତିଆରି ଗୋ-ମୂଖି ଅଭିଷେକ ପାତ୍ର ପ୍ରଦାନ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ୬୦ହଜାର ବୋଲି ଅନୁମାନ କରାଯାଉଛି।

ଆଜି ସକାଳୁ ରୀତି ନୀତି ଅନୁସାରେ ପ୍ରଥମେ ଏହି ପଞ୍ଚମୂଖି ସର୍ପକୁ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପରେ ପରେ ପଞ୍ଚାମୃତ ସ୍ନାନ କରାଇ ଗନ୍ଧାଧିବାସ, ଘୃତାଧିବାସ, ହରିଦ୍ରାଧିବାସ କରି ବିଭିନ୍ନ ଉପଚାର ପୂର୍ବକ ପଞ୍ଚମୂଖୀ ସର୍ପକୁ ବାଲୁଙ୍କେଶ୍ବର ମହାଦେବଙ୍କ ଠାରେ ସ୍ଥାପନ କରଯାଇଛି। ଏହି ପବିତ୍ର ପାବନ କାର୍ଯକ୍ରମରେ ରାଜ ପୁରୋହିତ ଶ୍ରୀ ବିରଞ୍ଚି ନାରାୟଣ ଦାସ, ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ କୁମାର ରଣା ଓ ତାଙ୍କ ସହଯୋଗି ଶ୍ରୀ ବିକ୍ରାନ୍ତ କୁମାର ରଣାଙ୍କ ଦ୍ଵାରା ପୁଜା ସମ୍ପାଦନ ହୋଇଥିଲା। ଏଥିରେ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ସୁନିଲ ଚନ୍ଦ୍ର ପଣ୍ଡା ଓ କମିଟି ସଦସ୍ୟ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat