ଦଣ୍ଡନାଚ ମହାସଂଘ ନିଷ୍ପତିକୁ ବିରୋଧ,ସାମାଜିକ ନାଟକ ପରିବେଷଣ ସପକ୍ଷରେ ଦଣ୍ଡନାଚ ପାର୍ଟି

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଲୋକ ନୃତ୍ୟ ଦଣ୍ଡନାଚ କୁ ନେଇ ପୁଣି ତେଜିଲା ବିବାଦ l 2026 ଦଣ୍ଡ ନାଚରେ ସାମାଜିକ ନାଟକ ପରିବେଷଣ ଉପରେ ଦଣ୍ଡନାଚ ମହାସଂଘ ରୋକ ଲଗାଇଥିବା ବେଳେ ଏହାକୁ ବିରୋଧ କରି ଆଜି ଗଞ୍ଜାମ ଜିଲ୍ଲା ର ବହୁ ଦଣ୍ଡ ନାଚ ପାର୍ଟି ସଦସ୍ୟ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି ଳ ଅଞ୍ଚଳର ବରିଷ୍ଠ କଳାକାର ତଥା ଦକ୍ଷିଣାଞ୍ଚଳ ଜୋନ ସରପଞ୍ଚ ସଂଘ ସଭାପତି ଭବାନୀଶଙ୍କର ମଲ୍ଲିକ ଙ୍କ ଆହ୍ୱାନ କ୍ରମେ ବୁଗୁଡ଼ା ବ୍ଲକ ମା ସାଙ୍କୁଳେଇ ପୀଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମହାସଂଘ ପକ୍ଷରୁ ନିଆଯାଇଥିବା ସାମାଜିକ ନାଟକ ପରିବେଷଣ ବନ୍ଦ ନିଷ୍ପତି ବେଆଇନ l

ଏହି ନିଷ୍ପତି ଅନେକ କଳାକାର ଙ୍କ ରୋଜଗାର ଛଡାଇନେବାର ସମ୍ଭବାନା ରହିଛି l ଆଟିଷ୍ଟ,ବାଦ୍ୟ ବାଦକ,ଲାଇଟ ଏଣ୍ଡ ସାଉଣ୍ଡ ଭଳି ବିଭିନ୍ନ କଳାକାର ବର୍ଷକର ରୋଜଗାର ହରାଇବେ l ତେଣୁ ସମସ୍ତ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମହାସଂଘ ନେଇଥିବା ନିଷ୍ପତି କୁ ପାରିବର୍ତ୍ତନକରି ନାଚର ଦର ନିୟନ୍ତ୍ରଣ ଓ ଅସିଳତା ବନ୍ଦ ଉପରେ ପଦକ୍ଷେପ ନେବାକୁ ଦାବି କରାଯାଇଛି l କାର୍ଯ୍ୟକ୍ରମରେ ଦଣ୍ଡ ନାଚ ମହାସଂଘ ର ବହୁ ସଦସ୍ୟ ଙ୍କ ସମେତ ଜିଲ୍ଲା ର ପାଖପାଖି 38 ଟି ପାର୍ଟି ର ସଦସ୍ୟ ମାନେ ଯୋଗ ଦେଇଥିବା ବେଳେ ଏହି ଦାବି ଉପରେ ମହାସଂଘ କମିଟି ଆଲୋଚନା କରାଯିବା ନେଇ କହିଛନ୍ତି ଦଣ୍ଡନାଚ ମହାସଂଘ ସଦସ୍ୟ l

Leave a Reply

Your email address will not be published. Required fields are marked *

error: Content is protected !!