ସୁବର୍ଣ୍ଣପୁର ଜିଲ୍ଲା ଭଏସ ଅଫ ମିଡ଼ିଆ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ତରଫରୁ ନୂତନ ଜିଲ୍ଲାପାଳ ଡଃ ନୃପରାଜ ସାହୁ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ବାଗତ ସ୍ୱମର୍ଦ୍ଧନା କରା ଯାଇଛି l ଜିଲ୍ଲାପାଳ ଙ୍କୁ ଭେଟି ସୋନପୁର ଆହାର କେନ୍ଦ୍ର ର ପାଣି ସମସ୍ୟା, ସହର ର ଟ୍ରାଫିକ ସମସ୍ୟା, ନୂତନ ବସ ଷ୍ଟାଣ୍ଡ ନିର୍ମାଣ, ରିଙ୍ଗ ରୋଡ କାର୍ଯ୍ଯ କୁ ସମ୍ପୂର୍ଣ୍ଣ କରିବା , ସହର ରେ ମଶା ଉପଦ୍ରବ କୁ ବିନାଶ କରାଯାଇ ମ୍ୟାଲେରିଆ ମୁକ୍ତ କରିବା, ମାରିବା , ଅଳିଆ ଆବର୍ଜ୍ଜନା ସଫା ଓ ଜମୁ ଥିବା ନର୍ଦ୍ଦମା ପାଣି କୁ ଡ୍ରେନାଇଜ କରିବା ବିଷୟ ରେ ନୂତନ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା।

ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ୬ ଦଫା ଦାବି ସମ୍ମିଳିତ କାର୍ଯ୍ଯ ରତ ରାଜ୍ୟ ସାମ୍ବାଦିକ ଙ୍କ ସମସ୍ୟା ଉପରେ ଦାବୀପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟ ରେ ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ସାମ୍ବାଦିକ ଙ୍କୁ ପେନସନ ବ୍ୟବସ୍ଥା, ଅଧିସ୍ବୀକୃତ କମିଟି ପୁନଃ ଗଠନ, ସାମ୍ବାଦିକ ପରିବାର ଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ମିଡ଼ିଆ ଏକାଡେମୀ ଗଠନ,୧୦ ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଲୋକସଭା ଭବନ କୁ ପ୍ରବେଶ ପତ୍ର ପ୍ରଦାନ ପରି ସାମ୍ବାଦିକ ଙ୍କ ହିତ ସକାଶେ ଏକ ଚିଠି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରଣ କରାଯାଇଛି।

ଏହି କାର୍ଯ୍ଯ କ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ଭାସ୍କର ଦାଶ , ଉପସଭାପତି ରଞ୍ଜନ କୁମାର୍ ହୋତା, କୃପାସିନ୍ଧୁ ସୁନା, ଉପଦେଷ୍ଟା କମିଟି ସଦସ୍ୟ ସରୋଜ ପଧାନ , ସହଦେବ ମେହେର ଙ୍କ ସହ ଅଶ୍ଵିନୀ ନେପାକ, ଉମାକାନ୍ତ ବାଘ,ରାମହରି ସେଠୀ , ଦେବାନନ୍ଦ ମେଣ୍ଡେଲି ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!