ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତାଲିମ ଗୃହ ଠାରେ ଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲାର ୪ଟି ବ୍ଲକ ର ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ପାଇଁ ଏକ କର୍ମଶାଳା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ୪ଟି ବ୍ଲକ ରେ ଏହି ରୋଗ ର ପ୍ରଭାବ ଅଧିକ ରହୁଥିବାରୁ ସର୍ବମୋଟ ୧୬୧୫ ଟି ଡ୍ରଗ୍ସ ପ୍ରଭାଇଡ଼ର ମାନଙ୍କୁ ଓ ତାଙ୍କୁ ସୁପରଭାଇଜ କରିବା ପାଇଁ ୧୭୭ ଜଣ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଇଛି ଓ ଶତପ୍ରତିଶତ ସଫଳ କିପରି ହେବ ସେଥିପାଇଁ ଜିଲ୍ଲା ର ସମସ୍ତ କଲେଜ ର ଅଧକ୍ଷ ମାନଙ୍କୁ ମଧ୍ୟ ପୂର୍ବରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ ଯେପରି ସମସ୍ତେ ଠିକ ଭାବରେ ଔଷଧ ଖାଇବେ ସେ ଉପରେ ସମସ୍ତେ ଲୋକମାନଙ୍କୁ ବୁଝାଇ ବାକୁ ପରାମର୍ଶ ଜିଆଯାଇଥିଲ l ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୁର୍ଗାଦତ୍ତ ଦାଶ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ବି ଡି ଡା ତ୍ରିବିକ୍ରମ ପାଣ୍ଡିଆ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଭି ବି ଡି କଂସଲଟାଣ୍ଟ ସୁନୀଲ ମହନ୍ତ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଜିଲ୍ଲା କୋଡିନେଟର ଫାଇଲେରିଆ ଜବକିନ୍ସନ ପ୍ରଧାନ ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସଚେତନତା ବାର୍ତା ମାଧ୍ୟମରେ ସମସ୍ତ ଲୋକମାନଙ୍କୁ ଏହି ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଶତପ୍ରତିଶତ ସଫଳ ଯେପରି ହେବ ସେ ଉପରେ ଯତ୍ନବାନ ହେବାକୁ ବୁଝାଯାଇଥିଲା।