ସୁବର୍ଣ୍ଣପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଭାସି ଜରିଆରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବିତରଣ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା କୋରାପୁଟ ଜିଲ୍ଲାର ଜୟପୁର ଠାରେ ଅନୁଷ୍ଠିତ ହେଉଥିବା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ବିତରଣ କାର୍ଯ୍ୟକ୍ରମର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବୀରମହାରାଜପୁର, ଶ୍ରୀଯୁକ୍ତ ରଘୁନାଥ ଜଗଦଲା, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ଅଞ୍ଜଳିନା ପ୍ରଧାନ,ସୋନପୁର ଉପ – ଜିଲ୍ଲାପାଳ ସୋମ୍ୟାରୁପ ରଥ, ଉପ – ଜିଲ୍ଲାପାଳ, ବୀରମହାରାଜପୁର, ସୁରେନ୍ଦ୍ର ମେହେର, ସୁବର୍ଣ୍ଣପୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମଜି ସୁରକ୍ଷା ଅଧିକାର, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଭାରାପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସମେତ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର କର୍ମଚାରୀମାନେ ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳ ସୁଭଦ୍ରା ଯୋଜନାର ହିତାଧିକାରୀ ମାନେ ଉପସ୍ଥିତ ଥିଲେ।

ସର୍ବପ୍ରଥମେ ପୂଜାର୍ଚ୍ଚନା କରି ଅତିଥି ମାନଙ୍କ ଜିଲ୍ଲା ର ସୁଭଦ୍ରା ହିତାଧିକାରୀ ମାନଙ୍କ ଦ୍ଵାରା ରାକ୍ଷୀ ବନ୍ଧା ଯାଇଥିଲା । ତା ପରେ ସୁଭଦ୍ରା ଯୋଜନା ଉପରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରର କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ରଚନା ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସୁଭଦ୍ରା ହିତାଧିକାରୀମାନେ ସେମାନେ ପୂର୍ବରୁ ପାଇଥିବା ସୁଭଦ୍ରା କିସ୍ତି ଟଙ୍କା କିପରି ବିନିଯୋଗ କରି ସ୍ଵବଲମ୍ୱି ହୋଇଛନ୍ତି, ସେ ବିଷୟରେ ଉପସ୍ଥାପନ କରିଥିଲେ।

ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ଵାରା ସୁଭଦ୍ରା ଯୋଜନା କିସ୍ତି ଟଙ୍କା ବିନିଯୋଗ ଓ ସୁଭଦ୍ରା ଯୋଜନା ଉପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ସୁଭଦ୍ରା ହିତାଧିକାରୀ ମାନଙ୍କ ଦ୍ଵାରା ନାଚ ପରିବେଷଣ କରିଥିଲା। ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା କୋରାପୁଟ ଜିଲ୍ଲାର ଜୟପୁର ଠାରେ ଅନୁଷ୍ଠିତ ହେଉଥିବା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ବିତରଣ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ସୁବର୍ଣ୍ଣପୁର ଜିଲ୍ଲାର ସୁଭଦ୍ରା ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଖିଥିଲେ। ଏହି ତୃତୀୟ କିସ୍ତି ସୁଭଦ୍ରା ଯୋଜନା ଟଙ୍କା ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ସୁଭଦ୍ରା ହିତାଧିକାରୀ ମାନଙ୍କ ବ୍ୟାଙ୍କ୍ ଖାତାରେ ଜମା ହୋଇଛି ଓ ସେମାନେ ଲଭାନ୍ଵିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ବାଦ ପତ୍ର ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!