ଜିଲ୍ଲା ସଂସ୍କୃତି ବିଭାଗ ଓ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ସଭାଗୃହ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ସର୍ବ ପ୍ରଥମେ ଗଙ୍ଗାଧର ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପରେ ପୂର୍ବାହ୍ନରେ ୧୦.୩୦ ଘଟିକା ସମୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ – ୨୦୨୫ ପାଳନ ଅବସରରେ ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା। ଏହି ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଯୋଗ ଦେଇ ରବୀନ୍ଦ୍ର ନାଥ ଟେଗୋର ଙ୍କ ଠାରୁ କବି ଗଙ୍ଗାଧର ମେହେର କୌଣସି ବି ଗୁଣ ରେ କମ୍ ନୁହନ୍ତି ବୋଲି ମତ ପ୍ରକାଶ କରିଥିଲେ l

ମୁଖ୍ୟ ବକ୍ତା ଭାବରେ ଡ.ଶରତ ଚନ୍ଦ୍ର ପତି, ଓଡ଼ିଆ ବିଭାଗ ମୁଖ୍ୟ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଓ ଡ. ପୁରୁଷୋତ୍ତମ ମିଶ୍ର, ଅଧ୍ୟକ୍ଷ, ପିପୁଲସ୍ କଲେଜ, ବୁଗୁଡ଼ା, ଗଞ୍ଜାମ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ତାଙ୍କ କାବ୍ୟ, କବିତା ଓ ଅନ୍ୟ ସାହିତ୍ୟିକ କୃତି ଉପରେ ସ୍ମୃତି ଚରଣ କରି ପ୍ରକୃତି କୁ ବଞ୍ଚାଇବା ପାଈଁ କବି ଗଙ୍ଗାଧର ଆଜିର ର ଏ ଅବକ୍ଷୟ ଜଗତ କୁ ଆଧ୍ୟାତ୍ମିକ କ୍ଷେତ୍ରରେ ଅଗ୍ରସର ହେବାକୁ ପ୍ରଚେଷ୍ଟା ଜାରି ରଖିବାକୁ ଉଦ୍ୟମ କରି ଥିଲେ । ଏହି ସାରସ୍ୱତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ସାହିତ୍ୟିକ,କବି,ଲେଖକ, ବୁଦ୍ଧିଜୀବୀ , ସାମ୍ୱାଦିକ ଓ ଜନସାଧାରଣ ଉପସ୍ଥିତ ଥିଲେ।

ଏହି ଅବସରରେ ରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ର ଛାତ୍ରୀମାନଙ୍କୁ ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଜୟନ୍ତୀ ଉତ୍ସବ ପାଳନ ପାଇଁ ମହାନଦୀ ସାହିତ୍ୟ ସଂସଦ ର ସଭାପତି, ସୌରଭ ରଞ୍ଜନ ଖମାରୀ, ସାରସ୍ୱତ ସଭାରେ ସଭାପତିତ୍ବ କରିଥିବା ବେଳେ ଓ ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିଲେ । ଶେଷରେ ମହାନଦୀ ସାହିତ୍ୟ ସଂସଦର ସହ- ସମ୍ପାଦକ ଶ୍ରୀ ବ୍ରତାନନ୍ଦ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat