ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ସହରର ସାହିତ୍ୟ-ସଂସ୍କୃତିକ ଦୃଶ୍ୟପଟରେ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ “ଇମାନୀ ନୃତ୍ୟକଳା କେନ୍ଦ୍ର”ର ଭବ୍ୟ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି ।ଏହି ସଂସ୍ଥାକୁ ଶ୍ରୀମତୀ ଇମାନୀ ଶତପଥୀ ପରିଚାଳନା କରୁଥିବା ବେଳେ, ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବେ ଓଡିଶା ସଙ୍ଗୀତ ନାଟକ ଏକାଡେମି ସଦସ୍ୟ ଓ ‘ଇମାର୍ଟ ଭାରତୀୟ କଳା ଏବଂ ସଂସ୍କୃତିକ କେନ୍ଦ୍ର’ର ନିର୍ଦ୍ଦେଶିକା ସୁଶ୍ରୀ ସସ୍ମିତା ପଣ୍ଡା ।ଉକ୍ତ ଉଦଘାଟନ ଅବସରରେ ରାୟଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ ତା ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି ମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ ଶ୍ରୀ ରାଜକିଶୋର ପଣ୍ଡା, ସାମ୍ବାଦିକ ଶ୍ରୀ ଅଜୟ ରଥ, ଲୋକପ୍ରିୟ କଳାକାର ଶ୍ରୀ ସୁପ୍ରିତ ବଚା , ଶ୍ରୀ ସନ୍ତୋଷ ତାଣ୍ଡି, ଶ୍ରୀ ଶିବ ପ୍ରସାଦ ମିଶ୍ର, ଶ୍ରୀମତୀ ଜ୍ୟୋତି ସିଂ ଓ ପ୍ରିଡିସି ଡାନ୍ସ ଗୁପ୍ ନିର୍ଦ୍ଦେଶକ ପ୍ରିନ୍ସ ଗୁପ୍ଟେ ଏବଂ ଅନେକ ବଶିଷ୍ଠ ବ୍ୟକ୍ତିତ୍ଵ, ସାମାଜିକ କର୍ମୀ, ସ୍ଥାନୀୟ କଳାକାର, ଏବଂ ‘ଇମାର୍ଟ’ର ଛାତ୍ର/ଛାତ୍ରୀ “ପ୍ରଜ୍ଞା ଓ ଆଭା” ପ୍ରମୁଖ ଉପସ୍ଥିତ ରହି ସଂସ୍ଥାର ଭବିଷ୍ୟତ୍ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଉଲ୍ଲେଖନୀୟ ଯେ, ଗୁରୁ ସସ୍ମିତା ପଣ୍ଡା, ପ୍ରସିଦ୍ଧ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ନାତୁଣୀ ଏବଂ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ସ୍କଲାର ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର । ସେ ଅନେକ ଛାତ୍ର-ଛାତ୍ରୀଙ୍କୁ ଓଡିଶୀ ନୃତ୍ୟରେ ପ୍ରଶିକ୍ଷଣ ଦେଇ, ସେମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ଦେଇଛନ୍ତି ।ତାଙ୍କର ଅଭିବ୍ୟକ୍ତିରେ, ‘ଇମାନୀ ନୃତ୍ୟକଳା କେନ୍ଦ୍ର’ର ନିର୍ଦ୍ଦେଶକ ତଥା ମୂଖ୍ୟ ପରାମର୍ଶଦାତା ଶ୍ରୀ କାଳୀ ରଥ କହିଥିଲେ ଯେ, ଏହି ସଂସ୍ଥାର ଉଦ୍ଦେଶ୍ୟ ହେଉଛି ରାୟଗଡ଼ ସହରର ନୂତନ ଓ କୁନି ପ୍ରତିଭା ମାନଙ୍କୁ ଓଡିଶୀ ନୃତ୍ୟ, ଆଞ୍ଚଳିକ ନୃତ୍ୟ ଏବଂ ଆଧୁନିକ ନୃତ୍ୟର ଶିକ୍ଷା ପ୍ରଦାନ କରି ସାଂସ୍କୃତିକ ମୂଲ୍ୟବୋଧକୁ ସୁରକ୍ଷା କରିବା ଏବଂ ନୂତନ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା । ପ୍ରତିବର୍ଷ ପ୍ରଶିକ୍ଷିତ ଛାତ୍ର/ଛାତ୍ରୀ ମାନଙ୍କୁ ଚଣ୍ଡିଗଡ ବିଶ୍ଵବିଦ୍ୟାଳୟ ତରଫରୁ ପରୀକ୍ଷା କରାଯାଇ ମାନପତ୍ର ପ୍ରଦାନ ସହିତ ମଞ୍ଚ ପରିବେଷଣ ର ସୁଯୋଗ ଦିଆଯିବ ବୋଲି ନୃତ୍ୟଗୁର ସୁଶ୍ରୀ ସସ୍ମିତା ପଣ୍ଡା ପ୍ରକାଶ କରିଥିଲେ ।ରାୟଗଡ଼ ସହର ରେ ୧ମ ଥର ପାଇଁ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ନିମନ୍ତେ ଜଣେ ମହିଳା ଗୁରୁ ଆସିଥିବାରୁ ବୁଦ୍ଧିଜିବୀ ମହଲରେ ଭୂରି ପ୍ରଶଂସା କରିବାର ନଜରକୁ ଆସିଥିଲା ।