ଜ୍ଞାନ ପ୍ରକାଶ ଅନୁଷ୍ଠାନ ପକ୍ଷରୁ ରାୟଗଡ଼ାରେ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା (ଗୋପୀନାଥ ଗୌଡ଼):ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଜ୍ଞାନ ପ୍ରକାଶ ତରଫରୁ, ଶିକ୍ଷା, ସମାଜ, ସଂସ୍କୃତି ଏବଂ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ , ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଶ୍ରୀମତୀ ଅମ୍ବିକା ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ଜ୍ଞାନଚାନ୍ଦ ଶତପଥି ଉଦଘାଟନ କରିଥିବାବେଳେ, ରାୟଗଡ ଉପଜିଲ୍ଲାପାଳ, ଶ୍ରୀ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ରୂପେ ଶିକ୍ଷକ. ତାଲିମ. ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମେହେର ଏବଂ ସମ୍ମାନିତ ଅତିଥି ରୂପେ କବି ତଥା ଅନୁବାଦକ, ସହକାରୀ ଜିଲ୍ଲାପାଳ ଶ୍ରୀ ଆଶୁତୋଷ ପାତ୍ର ମଞ୍ଚାସିନ ରହିଥିଲେ l

ପ୍ରାରମ୍ଭରେ ବିବେକାନନ୍ଦ ବିଦ୍ୟାମନ୍ଦିର ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା, ଶିଶୁ କଳାକାରମାନଙ୍କ ଦ୍ୱାରା, ଢେମସା ନୃତ୍ୟ, ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ, ଗଜପତି, କନ୍ଧମାଳ ସହିତ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକ ରୁ ସମସ୍ତ ସାହିତ୍ୟିକ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜିକା ଶ୍ରମତି ସସ୍ମିତା ମିଶ୍ର ଏବଂ ଯୁବ ଆବାହକ କବି ଶ୍ରୀ ଶ୍ରୀଧର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନ ପ୍ରକାଶ ର କୋଷାଧକ୍ଷ ଶ୍ରୀ ମନୋରଞ୍ଜନ ମିଶ୍ର,, ଜିଲ୍ଲା ଉପ ସଂଯୋଜକ ଶ୍ରୀ ଇ ଗୌରୀ ଶଙ୍କର ରାଓ , ପରାମର୍ଶ ଦାତା ଶ୍ରୀ ଦାମୋଦର ହୋତା କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l ଦ୍ଵିତୀୟ ଅଧିବେଶନରେ କବିତା ଆସରରେ ଅତିଥି ଭାବେ ଯୋଗଦାନ ଦେଇଥିଲେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀ ଅମୁଲ୍ୟ କୁମାର ଦାଶ, କନ୍ଧମାଳ ଜିଲ୍ଲା ପ୍ରମୁଖ, ଶ୍ରୀ ନୀଳମଣି ପାଟଯୋଶୀ, ଶ୍ରୀମତୀ ବେବିରାଣୀ ନନ୍ଦ, ଶ୍ରୀ ଅରୁଣ କୁମାର ଲେଙ୍କା ମଞ୍ଚାସିନ ଥିଲେ l

ଶ୍ରୀମତୀ ତ୍ରିବେଣୀ ମିଶ୍ର, ଶ୍ରୀ ନିରଞ୍ଜନ ନାୟକ, ଶ୍ରୀ. ଶିବ ସୁନ୍ଦର ପାଣିଗ୍ରାହୀ, ବବିତା ପୁରହିତ, ଡ଼ କଲ୍ୟାଣୀ ମିଶ୍ର, ଶ୍ରୀ ଦୁର୍ଗା ଶତପଥୀ, ତ୍ରିଲୋଚନ ପ୍ରଧାନ, ମିନତୀ ସେନାପତି, ଅହଲ୍ୟା ମହାରଣା, ଶ୍ରୀ ଜଗଦୀଶ ଚନ୍ଦ୍ର ଦୋରା, ଶିକ୍ଷକ ଶ୍ରୀ ନୀଳାଞ୍ଚଳ ମିଶ୍ର, ଶ୍ରୀ ଲାବନ୍ୟ ମୋହନ ପଟ୍ଟନାୟକ ଯୋଗଦାନ ଦେଇଥିଲେ । ଶିକ୍ଷା, ସମାଜ ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି, ଯୁବ ଆଊ ଶିଶୁ ପ୍ରତିଭା, ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱତନ୍ତ୍ର ପୁରସ୍କୃତ ହୋଇଥିଲେ ସମାଜସେବି ଶ୍ରୀ ରାଜେଶ ବିଶ୍ୱାଳ, ଶ୍ରୀମତୀ ପ୍ରଶାନ୍ତି ସାହୁ, ଲୋକକଳା କଳାକାର ଶ୍ରୀ ସନ୍ତୋଷ କୁମାର ବଛା ଓ ଅନ୍ୟମାନେ। କାର୍ଯ୍ୟକ୍ରମର ଶେଷରେ ଶ୍ରୀ ଅକ୍ଷୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!