ରାୟଗଡା (ଗୋପୀନାଥ ଗୌଡ଼): ଜି ସି ଡ଼ି (ଜିଲ୍ଲା) ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ମ. ମୁରଲୀ ଯୋଗ ଦେଇ ସଂସ୍କୃତ ଶିକ୍ଷାର ମହତ୍ତ୍ଵ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶ୍ରୀ ନମିତା ପଧାନ କାର୍ଯ୍ୟକ୍ରମରେ ସଭାପତି ଆସନ ଅଳଙ୍କୃତ କରି ସଂସ୍କୃତ ସୁଭାଶିତ ଆବୃତ୍ତି କରି ଛାତ୍ରମାନଙ୍କୁ ଏହାର ଉପୋଯୋଗିତା ବିଷୟରେ ବୁଝାଇଥିଲେ । ସଂସ୍କୃତ ଦିବସର ଉଦ୍ଦେଶ୍ୟ ଉପରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଉଦିପ୍ତ ନାରାୟଣ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାକୁ ପରିଚାଳନା କରିଥିଲେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଅଜୟ କୁମାର ପତି। ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅକ୍ଷୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।