ଅନୁଗୁଳ (ଅଜିତ କୁମାର ଭୋଇ): ଆଜି ଜ଼ିଲ୍ଲା ତାଲିମ କେନ୍ଦ୍ରଠାରେ ମୁଖ୍ୟ ଜ଼ିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା: ମଦନ ମୋହନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଔଷଧ ଓ ଯନ୍ତ୍ରପାତି ଯୋଗାଣ ପ୍ରକ୍ରିୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା| ଜିଲ୍ଲା ସ୍ୱାସ୍ଥ୍ୟ ଅଧିକ୍ଷକ(ଚିକିତ୍ସା)ଡା ମାନସ ରଞ୍ଜନ ବିଶ୍ୱାଳ,ଡା ବି. ବି ମହାନ୍ତି, ଓ-ଏସ-ଏମ-ସି-ଏଲ ଜ଼ିଲ୍ଲା ଭଣ୍ଡାର ଅଧିକାରୀ ବରିଷ୍ଠ ଫାର୍ମାସି ଅଧିକାରୀ ଦୁର୍ଗା ପ୍ରସାଦ ଦଳେଇ, ଜ଼ିଲ୍ଲା ଭଣ୍ଡାର ଭାରପ୍ରାପ୍ତ ମୁଖ୍ୟ ଫାର୍ମାସି ଅଧିକାରୀ ଏମଡି ଆସଲାମ୍, ଯୋଗାଣ-ଭାରପ୍ରାପ୍ତ ସ୍ମୃତି ରଞ୍ଜନ ସାହୁ, ଯନ୍ତ୍ରପାତି ଯୋଗାଣ ଭାରପ୍ରାପ୍ତ ବିଷ୍ଣୁ ଚରଣ ସାହୁ,ପରିବାର କଲ୍ୟାଣ ଯୋଗାଣ ଗୁରୁଦେବ ମିଶ୍ର ଜ଼ିଲ୍ଲା କାର୍ଯ୍ୟାଳୟ ମୁଖ୍ୟ ବିଭାଗୀୟ ଅଧିକାରୀ ନଳିନୀ ରଞ୍ଜନ ପ୍ରଧାନ, ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ପାଣି, ଉପ ଖଣ୍ଡ ଚିକିତ୍ସାଲୟ ଓ ବ୍ଲକ ସ୍ତରୀୟ ଚିକିତ୍ସାଲୟ ର ଭଣ୍ଡାର ପରିଚାଳନା କାର୍ଯ୍ୟ ନିର୍ବାହୀ ଫାର୍ମାସି ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ।
ଡା ପ୍ରଧାନ ସମୀକ୍ଷା ରେ ଆଲୋଚନା କରି ଶତ ପ୍ରତିଶତ ଅନଲାଇନ ମାଧ୍ୟମରେ କାର୍ଯ୍ୟ ପରିଚାଳନା, ସମସ୍ତ ଜରୁରୀ କାଳୀନ ଔଷଧ, ମ୍ୟାଲେରିଆ,ମଧୁମେହ ଓ ଅନ୍ୟାନ୍ୟ ଏନ.ସି.ଡି ତଥା ଥାଳାସେମିଆ, ରକ୍ତ ଶିକୁଳି ପରି ରୋଗ ଚିକିତ୍ସା ପ୍ରଣାଳୀ ଔଷଧ ଉପଲବ୍ଧ ଶହ ବ୍ଲକସ୍ତର ପର୍ଯ୍ୟନ୍ତ କିଡ଼ନୀ ରୋଗୀଙ୍କ ଔଷଧ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରତ୍ୟେକ ସି. ଏହ.ସି ତଥା ଏସ.ଡି.ଏହ ମାନଙ୍କ ବିଭିନ୍ନ ଔଷଧ ଯନ୍ତ୍ରପାତି ଯୋଗାଣ ସମ୍ବନ୍ଧୀୟ ସମସ୍ୟା ଊପରେ ଆଲୋଚନା କରିଥିଲେ|ଆଗାମୀ ଦିନ ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ଆଲୋଚନା ସହ ଦୁର୍ଗମ ଅଞ୍ଚଳ ରେ ସବୁ ପ୍ରକାର ପ୍ରାଥମିକ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ