ଅଗ୍ନିକାଣ୍ଡରେ ଚାଳଘର ଭସ୍ମୀଭୂତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଭଗବାନପୁର ଗ୍ରାମ ଛକ ନିକଟରେ ଥିବା ଏକ ଚାଳଘରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।ପ୍ରକାଶ ଯେ,କେନ୍ଦୁପତ୍ର ରଖିବା ପାଇଁ ତିଆରି ହୋଇଥିବା ସେହି ଘରେ କିଛି ଲୋକ ନିଜ ନିଜର ଛେଳି ରଖୁଥିଲେ।ଛେଳି ରଖିବାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।ତେବେ ଶୁକ୍ରବାର ରାତିରେ ସେହି ଚାଳଘରଟି ହୁତୁହୁତୁ ହୋଇ ଜଳିଉଠିଥିଲା। ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ହେଲେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat