ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କାଶିପୁର ଗସ୍ତ।

ରାୟଗଡ(ଗୋପୀନାଥ ଗୌଡ଼): ରାଜ୍ୟ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ତା,ଭା.ପ୍ର.ସେ. ରାୟଗଡ ଜିଲ୍ଲାର କାଶିପୁର ବ୍ଲକର ତଳଝିରୀ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ନିର୍ଦେଶକ ଶ୍ରୀ ପଣ୍ଡା ସହିତ ରାୟଗଡ ଜଳବିଭାଜିକା ମିଶନର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ ଉପର ପାଡିଖାଲ ଗ୍ରାମର ଦିତାଧିକାରୀ ଶ୍ରୀ ବିରି ମାଝିଙ୍କ ନିଜସ୍ୱ ହେବାକୁ ଥିବା ସିଲଭର ଓକ ଚାରା ରୋପଣ କରିଥିଲେ । ସେଠାରେ ଶ୍ରୀ ବିରି ମାଝିଙ୍କର ଏକର ଜମିରେ ସିଲଭର ଓକ ଚାରା ରୋପଣ କରି ତାର ଯତ୍ନ ଏବଂ ତଦାରଖ କରିବାକୁ ଉପଦେଶ ଦେଇଥିଲେ । ଏହା ଦ୍ୱାରା କଫି ଚାଷ କରି ଲାଭବାନ ହେବେ ବୋଲି ବୁଝାଇଥିଲେ।

ଉପର ପାଡିଖାଲ ସ୍ଥିତ ସିଲଭର ଓକ ନର୍ସରି ପରିଦର୍ଶନ କରିବା ସହ ହିତାଧିକାରୀ ଯଥା ଶ୍ରୀ ବିର ସିଂ ମାଝୀ,ଶ୍ରୀ ସାନି ମାଝୀ ଏବଂ ଅନ୍ୟ ହିତାଧିକାରୀ ମାନଙ୍କୁ ସିଲଭର ଓକ ଚାରା ବଣ୍ଟନ କରିଥିଲେ । ହିତାଧିକାରୀ ଏବଂ ଉପସ୍ଥିତ ତଳଝିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସୀତାରାମ ମାଝି ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ । ସିଲଭର ଓକ ଚାରା ରୋପଣର ତିନି ବର୍ଷ ପରେ ତାର ଛାୟା ତଳେ କଫି ଚାଷ ଏବଂ ଗୋଲ ମରିଚ ଚାଷ କରି ଚାଷୀ ଅଧିକ ଲାଭବାନ ହୋଇ ପାରିବ ବୋଲି ବୁଝାଇଥିଲେ ।

ଛାୟା ବୃକ୍ଷ ରୋପଣ ନିମନ୍ତେ ସମସ୍ତ ଚାରା ଜଳ ବିଭାଜିକା ଯୋଗାଇ ଦେବା ସହ ତାର ରକ୍ଷଣା ବେକ୍ଷଣ ନିମନ୍ତେ ହେଉଥିବା ସମସ୍ତ ଅର୍ଥ ପ୍ରକଳ୍ପ ନିର୍ତ୍ତେଶକ ଜଳ ବିଭାଜିକା,ରାୟଗଡ ତରଫରୁ ପ୍ରଦାନ କରାଯିବ ବୋଲି କହିଥିଲେ । ତତ୍ ପରେ ସେ ଉପର ପାଡି ଖାଲ ଗ୍ରାମରେ ଉଦ୍ୟାନ କୃଷି ବିଭାଗ କରାଯାଇଥିବା ଆଳୁ କ୍ଷେତର ପରିଦର୍ଶନ କରିଥିଲେ ଏବଂ ହିତାଧିକାରୀ ଶ୍ରୀ ଆନନ୍ଦ ରାଓ ମାଝୀଙ୍କ ସହ ଆଲୋଚନା କରିବା ସହ ତାଙ୍କ ବଗିଚାରେ ଆଳୁ ରୋପଣ କରିଥିଲେ । ଏହି କ୍ରମରେ କାଶିପୁର ବ୍ଲକର ସିଲାଗୁମା ପଦର ଗ୍ରାମ ସ୍ଥିତ ପୂର୍ବ ୨୦୨୪-୨୫ ବର୍ଷର ରୋପଣ କରାଯଇଥିବା ଛାୟା ବୃକ୍ଷ ବଗିଚା ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ଏହି ବଗିଚାର ସୁଫଳ ବିଷୟରେ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!