ଗୌଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟରେ 500ରୁ ଉର୍ଦ୍ଧ୍ବ ପରିବାରକୁ ଡଷ୍ଟବିନ ବଣ୍ଟନ ମେଳା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ରହିବ ସମାଜ l ସ୍ୱଚ୍ଛ ପରିବେଶ ପାଇଁ କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଏହି ଯୋଜନା ମାଧ୍ୟମରେ ପ୍ରତି ଘରକୁ ଡଷ୍ଟବିନ ବଣ୍ଟନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୌଡ଼ିଆବୋରଦା ପଞ୍ଚାୟତର ପାଞ୍ଚ ସହରୁ ଉର୍ଦ୍ଧ ପରିବାରକୁ ଡଷ୍ଟବିନ ବଣ୍ଟନ କରାଯାଇଛି l

ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏନେଇ ଏକ ମେଳା ଆୟୋଜନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ସୁନ୍ଦରୀ ମହାରଥା ଯୋଗଦେଇ ହିତାଧିକାରୀଙ୍କୁ ଙ୍କ ଡଷ୍ଟବିନ ବଣ୍ଟନ କରିଥିଲେ l ଏହି ଅବସରରେ ପଞ୍ଚାୟତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଯୋଗଦେଇ ଲୋକ ଙ୍କୁ ସ୍ୱଛତା ଉପରେ ସଚେତନତା କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!