କୋଶଲି କବିତା “ନୁଆଁଖାଇ “

ଭୂଦୋ ମାସର୍ ଉଜଲ୍ ପଞ୍ଚମୀ ଗଣେଶ୍ ପୂଜାର୍ ବାସି,ଇ ଦିନେ ତ ନୁଆଁଖାଇ ତିହାର୍ ମାନସୁଁ କୋଶଲ୍ ବାସୀ ll

ଚଷା ପୁଅର୍ ବଡଖା ତିହାର୍ ଆଇଛେ ଆଏଜ୍ ଭାଇ,ବଛର୍ ଟାକେ ସଭେ ମାନସନ୍ ଭାବର୍ ନୁଆଁଖାଇ ll

ଖେତ୍ ମଜରିଆ ହଲିଆ ଗୁତି ଧୂବା ଭଁଡ଼ାରି ମିଶି,ସାଉକାର୍ ଘରକେ ସଭେ ଆଏସନ୍ ଅଢ଼ିଆ ନେସନ୍ ରଟି ll

ଇ ତିହାର୍ ଟା ଚାଷୀର୍ ମଜା ସବୁ ଲାଗସୀ ମିଠା,ଯାର୍ ଘରେ ଦେଖବ କେତେ ରକମର୍ ଖିରି ସୁଆଁଲି ପିଠା ll

ନୁଆଁ ଧାନକେ ଭୋଗ୍ ଲଗାସୁଁ ଗୁଟେନେ ଖାଏସୁଁ ନୁଆଁ,ଛୁଆ ମାନକୁ କରସୁଁ ଗେଲ ବଡଖା ଦେଖଲେ ମୁଡ଼ିଆ ll

ଗାଁ ଯେତକର୍ ଆସ୍ ବିଶାସ୍ ହେସୁଁ ଗୁଟେନେ ଠୋଲ୍,ଇଷ୍ଟଦେବୀ କେ ଦର୍ଶନ୍ କରସୁଁ ବଜେଇ ଲିସାନ୍ ଢୋଲ୍ ll

ବଛର୍ ଟାକର୍ ଗାଲି ଝଗଡ୍ସଭେ ଦେସନ୍ ପାସରି,ଜୁହାର୍ ମୁଡ଼ିଆ ଭେଟ୍ ଘାଟଥି ସବୁଆଡେ ପଡସୁଁ କିନ୍ଦିରି ll

ମାଁ ସମଲେଇ ଦୟା କରିଥିବୁ ମନେ ଭରିଦେବୁ ଏକତା,ଗଢ଼ିଦେମୁଁ ଆମହେଁ କୋଶଲ୍ ରାଏଜ୍ ମିଶିକରି ସଭେ ଏନ୍ତା ll

ଶାନ୍ତନୁ କୁମାର କର୍ଣ୍ଣ,ଜୟପୁର, ବୀରମହାରାଜପୁର, ସୁବର୍ଣ୍ଣପୁର ପିନ-୭୬୭୦୧୮

Leave a Reply

Your email address will not be published. Required fields are marked *

error: Content is protected !!