ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗଣେଷ ପୂଜା ପାଳିତ।

ରାୟଗଡ଼ (ଗୋପୀନାଥ ଗୌଡ଼): ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତ୍ରୁର୍ଥି ତିଥି ୨୭ତାରିଖ ବୁଧୁବାର ଦିନ ଆରମ୍ଭ ହୋଇଯାଇଛି ବିଘ୍ନରାଜ୍, ପ୍ରଥମ ପୂଜ୍ୟ, ଲମ୍ବଧର ମୁସିକ ବାହନ ଶ୍ରୀ ଗଣେଷଙ୍କ ପୁଜା। ଏହି ପରିପେକ୍ଷୀରେ ରାୟଗଡ଼ ସଦର ୩ନମ୍ବର ୱାର୍ଡ଼ ସୁଣ୍ଡି ସାହିରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦିର୍ଘ ୩୦ବର୍ଷରୁ ଉର୍ଦ୍ଧ ସମୟ ଧରି ଗଣେଷ ପୂଜା ପାଳିତ ହୋଇ ଆସୁଛି। ବରିଷ୍ଠ ଆଇନଯିବି ମୋନଜ କୁମାର ଗନ୍ତାୟତ(ନୀଳ) ଏବଂ ବିଶିଷ୍ଠ ବ୍ୟବସାୟୀ ରଜନୀକାନ୍ତ ନାୟକ(ଯୋଟି) ଙ୍କ ନେତୃତ୍ୱରେ ଶୃଙ୍ଖଳିତ ଭାବେ ଓ ମହାଆଡ଼ମ୍ବରରେ ପାଳିତ ହୋଇଛି ଗଣେଶ ପୂଜା।

ପାଞ୍ଚ ଦିନ ଧରି ସ୍ଥାନୀୟ ଅଞ୍ଚଳ ଆନନ୍ଦ ଉତ୍ସବରେ ମୁଖରିତ ହେଇଥିବା ବେଳେ, ନାନା ପ୍ରକାର ଆଲୋକିତ ତରଣ ସୁସଜ୍ଜିତ ମଣ୍ଡପକୁ ନକ୍ଷତ୍ର ମଣ୍ଡଳ ଭଳି ଶଭାୟମାନ ହେଇଚି। ପ୍ରତ୍ୟେକ ଦିନ ହୋମ,ମନ୍ତ୍ର ପୁଜା ଓ ଆଳତି ର ଉକ୍ତ ଅଞ୍ଚଳ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। ଆଜି ପୁଜା କମିଟିର ସମସ୍ତ ସଦସ୍ୟ ମିଶି ପ୍ରାୟ ୧୫୦୦ଲୋକଙ୍କ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ଏହି ସେବାରେ ମହିଳା ମାନେ ଯୋଗ ଦେଇ ଅନ୍ନ ପ୍ରସାଦ ବିତରଣ କରୁଥିବାର ଦୃଶ୍ୟ ଅନ୍ୟ ମାନଙ୍କୁ ସେବା ମନବୃତ୍ତିର ପ୍ରେରଣା ଦେଇଛି। ରବିବାର ଦିନ ଶ୍ରୀ ଗଣେଷଙ୍କ ଭସାଣି ଯାତ୍ରା ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

କମିଟି ସଦସ୍ୟ ପ୍ରଶାନ୍ତ ନାୟକ, ଗୌରୀ ଶଙ୍କର ପଟନାୟକ, କୃଷ୍ନ ଚନ୍ଦ୍ର ବେହେରା, ଅମର ପାତ୍ର, କାଳୁ ଗୌଡ଼ , ପୂର୍ଣ୍ଣ ବିଡ଼ିକା, ସୈକ ସଞ୍ଜୟ ବକ୍ସ ପ୍ରମୁଖ ସ୍ଵତଃ ପ୍ରବୃତ୍ତ ଭାବେ ସହଯୋଗ କରି ଗଣେଶ ପୂଜା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ପୂଜା କମିଟି ଉପଦେଷ୍ଟା ମୋନୋଜ କୁମାର ରଥ(ଜିତୁ ରଥ) କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!