ଡେଙ୍ଗାପଦର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ):ବାଲିପଦର ନିକଟସ୍ଥ ଡେଙ୍ଗାପଦର ଗ୍ରାମର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ର ପକ୍ଷରୁ ବାର୍ଷିକ ଉତ୍ସବ ସହ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ଯୁବ ସମାଜସେବୀ କାହ୍ନୁଚରଣ ଗୌଡ଼ ପୌରହିତ୍ଯ କରିଥିବା ବେଳେ ପବିତ୍ର କୁମାର ଭୋଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ଯ ଅତିଥି ପ୍ରକ୍ତନ ପ୍ରଧାନ ଶିକ୍ଷକ ନଗେନ୍ଦ୍ରନାଥ ଷଢଙ୍ଗୀ ଓ ମୁଖ୍ଯବକ୍ତା ଭାବେ ବାଲିପଦର କଲେଜ ଅଧ୍ଯକ୍ଷ ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର ଅନ୍ୟ ତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବିତୀକୃଷ୍ଣ ବିଶ୍ବାଳ, ଆଇ. ଟି. ଆଇ ଅଧ୍ଯକ୍ଷ ଏ. ସରଭିସ୍ ଆଚାରୀ,କାର୍ତ୍ତିକେଶ୍ଵର ଲେଙ୍କା, ମହିମା ନାୟକ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସିଲ୍ ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat