ଗୁରୁ ଦିବସ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବଳଦେବ ମନ୍ଦିର କଲ୍ଯାଣୀ ମଣ୍ଡପଠାରେ ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ ପୌରହିତ୍ଯରେ ଗୁରୁ ଦିବସ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଇଓ ଚିନ୍ମୟ ମହାପାତ୍ର, ଯୋଗ ଦେଇଥିଲେ l

ଅନ୍ୟପକ୍ଷରେ ବୁଗୁଡା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ଶିକ୍ଷକ ଭବନ ପରିସରରେ ସଭାପତି ବିଶ୍ବମୋହନ ମିଶ୍ରଙ୍କ ପୌରହିତ୍ୟରେ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ନିୟୁ ଏରା ପବ୍ଲିକ ସ୍କୁଲରେ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡଙ୍କ ସଭାପତିତ୍ବରେ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବ୍ରଜକିଶୋର ପାଢୀଙ୍କ ଅଧ୍ଯକ୍ଷତାରେ ଗୁରୁ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ପିପୁଲ୍ସ କଲେଜର ବିଭିନ୍ନ ବିଭାଗରେ ପୃଥକ୍ ପୃଥକ୍ ଭାବେ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଶିକ୍ଷଣ କେନ୍ଦ୍ରରେ ମଧ୍ୟ ପବିତ୍ର ଗୁରୁଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!