ବିଜେଡି ତରଫରୁ ବଡ଼ପାଟଣା ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର/ପାଟଣା(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ସରପଞ୍ଚ ଭାବେ ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ରୁ ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିବା ବିନତି ବାନାରା ଙ୍କୁ ଦିଲ୍ଲୀର ଲାଲକିଲ୍ଲା ଠାରେ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମ୍ମାନିତ ହୋଇଥିଲେ। ଶ୍ରୀମତୀ ବିନତି ବାନରା ପାଟଣା ବ୍ଲକ ଅଞ୍ଚଳ ର ପ୍ରଥମ ମହିଳା ସରପଞ୍ଚ ହେବାର ଗୌରବ ଅର୍ଜନ କରିଛନ୍ତି।ଆଜି ସୋମବାର ଦିନ ୧୧ ସମୟରେ ପାଟଣା ପଞ୍ଚାୟତ ସଭା ଗୃହ ଠାରେ ପାଟଣା ବିଜୁ ଜନତା ଦଳ ପକ୍ଷରୁ ପ୍ରଶାନ୍ତ କୁମାର ଭଞ ଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ସଭା କାର୍ଯ୍ୟ କ୍ରମକୁ ବିଜେଡି ର ୨୯ନଂ ଜୋନ ର ଜିଲ୍ଲା ପରିଷଦ ବୁଧଦେବ ମହାକୁଡ଼ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ପୂର୍ବତନ ବିଜେଡିର ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ପାଟଣା ବ୍ଲକର ବିଜେଡି ସଭାପତି ମାଧବାନନ୍ଦ ପୁଷ୍ଟି ପୂର୍ବତନ ବ୍ଲକ ଅଦକ୍ଷା ସୁକାନ୍ତି ନାଏକ ପାଟଣା ୨୩ନଂ ଜୋନ ର ଜିଲ୍ଲା ପରିଷଦ ରୁନୁ ମହାନ୍ତ ପାଟଣା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ଖିରେଇଟାଙ୍ଗି ସମିତି ସଭ୍ୟା ବୈଦେଇ ନାଏକ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ ଙ୍କ ସହ ବିଜେଡି ଦଳର କର୍ମୀ ମାନେ ହେଲେ ସୁମିତି ପତି ପ୍ରିତମ କୁମାର ପଣ୍ଡା ଦେବାଶିଷ ମିଶ୍ର ସନ୍ତୋଷ କୁମାର କର କିରଣ କୁମାର ମିଶ୍ର ସୁଦାମ ଦାଶ ସନ୍ତୋଷ କୁମାର ତ୍ରିପାଠୀ ସୁଦେଶ ବାରିକି ମୃତ୍ୟୁଞ୍ଜୟ ଗିରି ଭରତ ମହାନ୍ତ ଡବ୍ଲ୍ୟୁ ଆନଶାରି କଖାରୁ ରାଉଳ ବଳିଆ ନାଏକ ଙ୍କ ସହ ବହୁ ବିଜେଡି କର୍ମୀ ଏକାଠି ହୋଇ ଶ୍ରୀମତୀ ବିନତି ବାନାରା କୁ ପୁଷ୍ପଗୁଚ୍ଛ ଓ ଉପଢଙ୍କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!