ଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ପବିତ୍ର ଗୁରୁ ଦିବସ ପାଳନ

ଅନୁଗୋଳ/ବଅଁରପାଳ (ଅଜିତ କୁମାର ଭୋଇ) : ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଅଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ଧଳ ମା ଶାରଦା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଗରୁ ଦିବସ ମହତ୍ତ୍ଵ ବିଷୟ ରେ ଶିଶୁ ଭାଇଭଉଣୀ ଙ୍କୁ ବୁଝାଇ କହି ଥିଲେ। ସମ୍ମାନିତ ଅତିଥିଭାବେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସତ୍ୟବାନ ବରାହ ଓ ସମ୍ପାଦକ ଶ୍ରୀଯୁକ୍ତ ଅଖିଳ କୁମାର ମହାପାତ୍ର ମଞ୍ଚାସିନ ଥିଲେ l

ପ୍ରଧlନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧର୍ମାନନ୍ଦ ସାହୁ ମଞ୍ଚାସିନ ଅତିଥି ଅଧିକାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଙ୍କୁ ପରିଚାଳନା ର ସଭାପତି ଓ ସମ୍ବାଦକ ନରିକେଳ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶିଶୁ ଭାଇ ଭଉଣୀ ଗୁରୁଜୀ ଗରୁମା ଙ୍କୁ ପୂଜନ କରିଥିଲେ। ପରିଶେଷେରେ ଦିବା ପର୍ଯ୍ୟାୟ ପ୍ରମୁଖ ତନ୍ମୟ କୁମାର ନାଥ ଧନ୍ୟବାଦ୍ ପ୍ରଦାନ କରି ଥିଲେ। କାର୍ଯ୍ୟକ୍ରମ କୁ ଶିଶୁ ଭାଇ ଭଉଣୀ ଓ ଗୁରୁଜୀ ଗୂରୁମା ସହଯୋଗରେ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!