କାକିରିଗୁମା ପୋଲିସ ଦ୍ୱାରା ୩୯୫ କିଲୋ ଗଂଜେଇ ଜବତ ଜଣେ ଗିରଫ

କୋରାପୁଟ/ବନ୍ଧୁଗାଁ (ମଣ୍ଡଳ ମିଣିଆକା):ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ପୋଲିସ କୁ ମିଳିଛି ବଡ଼ ସଫଳତା।ଲକ୍ଷାଧିକ ଟଙ୍କାର ଗଂଜେଇ ସହ ଏକ ବୁଲେରୋ ଓ ଟ୍ରକ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଡମ୍ବରୁ ଧର ବତ୍ରିଆ ସୂଚନା ଦେଇଛନ୍ତି।ତାଙ୍କ ନାମ କାଳୁ ସିଙ୍ଗ ଓ ତାଙ୍କ ଘର ମଧ୍ୟ ପ୍ରଦେଶ ର ରାଜଗଡ଼ ଜିଲ୍ଲା ମାକମପୁର ଗ୍ରାମରେ ବୋଲି ଜଣା ପଡିଛି।କାକିରିଗୁମା ଥାନା ଅଧୀନସ୍ତ ଡ଼ଙ୍ଗାପାଇଗୁଡା ଛକ ନିକଟରେ ବାହାର ରାଜ୍ୟର ନମ୍ବର ଥିବା ନାଲି କଲର ବୁଲେରୋ ରୁ ଏକ ଟ୍ରକ ରେ କିଛି ବସ୍ତା ଲୋଡ଼ କରାଯାଉଥିବା କାକିରିଗୁମା ପୋଲିସ କୁ ଖବର ମିଳିଥିଲା।

ଖବର ପାଇ ଏକ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ପହଞ୍ଚିବା ଦେଖି ସମସ୍ତେ ଦୌଡ଼ି ପଳେଇଥିବା ବେଳେ ଟ୍ରକ ଡ୍ରାଇଭର ପୋଲିସ ହାତରେ ଧରା ପଡିଥିଲା।ଉକ୍ତ ଟ୍ରକ ଓ ବୁଲେରୋ କୁ ଥାନାକୁ ଆଣିବା ପରେ ବସ୍ତା ଗୁଡିକ ଭିତରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା।ଏନେଇ ମାଜିଷ୍ଟେଟ ଦାୟିତ୍ୱରେ ଥିବା ଲକ୍ଷ୍ମୀପୁର ତାହସିଲଦାର ନୈବେଦ୍ୟ ଭୋଇଙ୍କ ଉପସ୍ଥିତିରେ ସମସ୍ତ ଗଂଜେଇ ଓଜନ କରାଜାଇଥିବା ବେଳେ ସମୁଦାୟ ୩୯୪ କିଲୋ ୯୦୦ ଗ୍ରାମ ଗଂଜେଇ ବାହାରିଥିଲା।ଯାହାର ବଜାର ମୂଲ୍ୟ ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି l

Leave a Reply

Your email address will not be published. Required fields are marked *

error: Content is protected !!