ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲିପଦର କ୍ଳଷ୍ଟର ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବାଲିପଦର ସି ଆର୍ ସି ସି ବିଶ୍ବଜୀତ ପରିଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ଯ ଅତିଥି ରୂପେ ଶିକ୍ଷାବିତ୍ କୈବଲ୍ୟ ସ୍ବାଇଁ ସମେତ ଏ ବି ଇ ଓ ଅମିତା ପାଢୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରହ୍ମାନନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଗୁଣାତ୍ମକ ଶିକ୍ଷା ଯୋଜନା ସଂପର୍କରେ ଆଲୋଚନା କରିଥିଲେ।
ବିଶେଷଚଃ ବୈଠକରେ ବହୁ ଶ୍ରେଣୀ ପରିଚାଳନା, ବିଦ୍ୟାଳୟ ପରିଦର୍ଶନ, ଶିକ୍ଷଣ ସୋପାନ ରେଜିଷ୍ଟର ପ୍ରସ୍ତୁତ, ନିପୁଣ ସପ୍ତାହ ପାଳନ, ସାକ୍ଷରତା ଦିବସ ପାଳନ, ଓ ବିଦ୍ୟାଳୟ ସ୍ତରୀୟ କାର୍ଯ୍ଯାନ୍ବୟନ ଯୋଜନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସେଠୀ ଓ ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ଉକ୍ତ ବୈଠକରେ ବାଲିପଦର କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫ୍ ଏଲ୍ ଏ ନ୍ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।