କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍-ପ୍ରଦୀପ ମହାନ୍ତ):ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ପ୍ରୀତି ସମ୍ପର୍ଣ୍ଣା ସାହୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପବିତ୍ର ଗୁରୁଦିବସ ଅବସରରେ କେନ୍ଦୁଝର ସ୍ଥିତ ପିଏମଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ତାଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରିଥିଲେ । ପ୍ରିତୀ ସମ୍ପର୍ଣ୍ଣା ଚମ୍ପୁଆର ପ୍ରତିଷ୍ଠିତ ବ୍ୟବସାୟୀ ଯୋଗେନ୍ଦ୍ର ସାହୁଙ୍କ ନାତୁଣୀ ଅଟନ୍ତି । ସେ ବର୍ତ୍ତମାନ ଘଟଗାଁ ବ୍ଲକ୍ ର ଅମ୍ବିକା ଉଚ୍ଚ ବିଦ୍ୟାଳୟ ପଣ୍ଡାପଡ଼ାରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ ଅଛନ୍ତି । ଏ ନେଇ ତାଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଙ୍ଗଠନ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।