ଅନୁଗୋଳ (ଅଜିତ କୁମାର ଭୋଇ): ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ମୁଣ୍ଡାସାହିରୁ ଏକ ହରିଣ ଶାବକକୁ ବନବିଭାଗ ଉଦ୍ଧାର କରିଛି। ଗାଁ ର ଜଣେ ବ୍ୟକ୍ତି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରିବା ବେଳେ ଛେଳିପଲରେ ଏକ ହରିଣ ଛୁଆ ଥିବା ଦେଖିବାକୁ ପାଇଥିଲେ । ସମ୍ପର୍କରେ ସେ ଖୂଣ୍ଡାରେ ଥିବା ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ହରିଣ ଛୁଆକୁ ଉଦ୍ଧାର କରିଛନ୍ତି । ହରିଣ ଛୁଆଟିକୁ ବନ୍ତଳା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି । ଛଆଟି ସୁସ୍ଥ ହେଲେ ତାକୁ କପିଳାଶ କିମ୍ବା| ନନ୍ଦନକାନନରେ ଛଡ଼ାଯିବ ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।