କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢାଉ କରାଯାଇଥିବା ସୂଚନା ରହିଛି । କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟାୟତଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ ଜଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମାଜିଷ୍ଟେଟ ସୁବ୍ରତ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଯୋଡା, ଚମ୍ପୁଆ, ଝୁମ୍ପୁରା ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା, ଚମ୍ପୁଆ ଥାନାର ତଡୁଆବାହାଳ ଆଦି ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣରେ ମହୁଲି ମଦ ଏବଂ ପୋଚ ଓ ମଦରନ୍ଧା ସାମଗ୍ରୀ ଜବତ କରାଯାଇଥିଲା । ତିନୋଟି ଅବକାରୀ ମାମଲା ରୁଜୁ କରାଯାଇ ଘଟଣା ସ୍ଥଳରେ ପୋଚ ନଷ୍ଟ କରାଯାଇଥିଲା । ମହୁଲ ପୋଚ ୧୯୦୦ କେଜି ଓ ମହୁଲି ମଦ ୧୭୫୦ ଲିଟର ନଷ୍ଟ କରାଯାଇଥିଲା । ଆଗାମୀ ଦୁର୍ଗାପୂଜା ବା ପାର୍ବଣ ଋତୁକୁ ଲକ୍ଷ୍ୟ କରି ଜିଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି ।