କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଚମ୍ପୁଆ ଉପଖଣ୍ଡରେ ପରବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି । ଏହି ଅବସରରେ ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟଠାରେ ମାଆଙ୍କ ନାମରେ ବୃକ୍ଷଟିଏର ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ସ୍ଥାନୀୟ ତହସିଲଦାର ସଜତ ମାର୍କେ, ରେଞ୍ଜ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିୟା, ବନପାଳ ଜ୍ୟୋତିରୂପା ପାଣି, ରାଜେନ୍ଦ୍ର ଜେନା, ତ୍ରିନାଥ ଜେନା, ବନରଖି ତପସ୍ୱିନୀ ନାଏକ, ନିରୂପମା ମହାକୁଡ, କିରାନି ମହାରଣା, ସୁରୋଜ ଦାସ, ସୁବ୍ରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଆଗାମୀ ସେପ୍ଟେମ୍ୱର ୧୭,୨୦୨୫ରିଖ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି । ତେଣୁ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଅଞ୍ଚଳରେ ବନବିଭାଗ ପକ୍ଷରୁ ଚାରା ବଣ୍ଟନ କରି ବୃକ୍ଷରୋପଣ ଓ ତାର ରକ୍ଷଣାବେକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବାକୁ ଏହି ଅଭିଯାନର ପ୍ରୟାସ ଅଟେ । ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ବନବିଭାଗ ପକ୍ଷରୁ ଆଗାମୀ ୧୬ ତାରିଖ ଦିନ ଯାଏଁ ଚାରା ବୃକ୍ଷ ବଣ୍ଟନ କରାଯିବ ଓ ୧୭ତାରିଖ ସମୂହ ବୃକ୍ଷରୋପଣ ଅନୁଷ୍ଠିତ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ବନବିଭାଗ ପକ୍ଷରୁ ବ୍ୟାପକ କରାଯାଉଥିବା ରେଞ୍ଜ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିୟା ସୂଚନା ଦେଇଛନ୍ତି ।