କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ଠପ୍ ହୋଇଯାଇଥିବା ନେଇ ଖବର ପ୍ରସାରଣ ହେବା ପରେ ଆଜି ପଞ୍ଚାୟତର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଆଜି ଭଦ୍ରାସାହି କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପି.ଇ.ଓ, ଏ.ଡି.ଓ, ଯୋଡା ବ୍ଲକ ସ୍ଵଛ ଭାରତ ବିଭାଗ ର ସୁଜାତା ଗିରି, ମାଷ୍ଟର ଟ୍ରେନର ବୈଦେହୀ ଦଳବେହେରା, ଏସ୍.ଏଚ୍.ଜି ଓ ଦୋକାନୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଏହି ବୈଠକରେ ଏକ ବଜାର କମିଟି ଗଠନ କରିବା ସହିତ ଆଗକୁ କିପରି ଭଦ୍ରାସାହି ପଞ୍ଚାୟତକୁ ପରିସ୍କାର ପରିଚ୍ଛନ୍ନ ରଖାଯିବ, ତା ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କ ତରଫରୁ ଏସ୍.ଏଚ୍.ଜି ମାନଙ୍କୁ ମିଳିଥିବା ଟ୍ରଲି ସାଇକଲକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ କରିବା ଏବଂ ନିୟମିତ ଅଳିଆ ଆବର୍ଜନା ସଫା କରିବା ସହିତ ରାସ୍ତାଘାଟ ପରିସ୍କାର ରଖିବା ନେଇ ଏହି ବୈଠକରେ ଚୁଡାନ୍ତ ହୋଇଥିଲା । ତେବେ ଦେଖିବାକୁ ରହିଲା ଅସଲରେ ଏହାକୁ ଗୁରୁତର ସହିତ ନେଇ ଭଦ୍ରାସାହି ପଞ୍ଚାୟତକୁ ଅଳିଆମୁକ୍ତ କରାଯାଉଛି ନା ଏହି ବୈଠକ ବୈଠକରେ ହିଁ ସିମିତ ରହିଯିବ