ରିମୁଳି ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ତରଫରୁ ରିମୁଳି ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ କରାଯାଇଅଛି। ଏଥିରେ କ୍ୟାମ୍ପସ୍ ୟୁନିଟ୍ ର ସଭାପତି ଭାବେ ବାଦଲ କୁମାର ମହାନ୍ତ ତଥା ଉପସଭାପତି ଭାବେ ମାନସୀ ମହାନ୍ତ ଓ ଶରତ ମହାନ୍ତ‌ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଅଛି। କ୍ୟାମ୍ପସ୍ ୟୁନିଟ୍ ସମ୍ପାଦକ ଭାବରେ ଶୁଭମ ମହାନ୍ତ ଏବଂ ସହ ସମ୍ପାଦକ ଭାବେ ସୁମନ କୁମାର ଗିରି ଏବଂ ପ୍ରଜ୍ଞା ପରମିତା ନାୟକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଅଛି।

କ୍ୟାମ୍ପସ୍ SFS ପ୍ରମୁଖ ଭାବରେ ତୁଷାର , କ୍ୟାମ୍ପସ SFD ପ୍ରମୁଖ ଭାବେ ରଜତ , କ୍ୟାମ୍ପସ RKM ପ୍ରମୁଖ ଭାବେ ତୁଳସୀ ଗିରି ଏବଂ ସୋନାଲିକା ପଲେଇ , କ୍ୟାମ୍ପସ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ଗୌରଚନ୍ଦ୍ର ଦେହୁରୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦୁଝର ଜିଲ୍ଲା ସଂଯୋଜକ ସ୍ବରାଜ କେତନ ମହାନ୍ତ ଏବଂ ଜିଲ୍ଲା SFD ସଂଯୋଜକ ବିକାଶ ବାରିକ ତଥା ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସୁଧାଂଶୁ ବାରିକ ଏବଂ ସୌରଭ ମହାନ୍ତ ତଥା ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!