ସୁନ୍ଦରଗଡ଼/ବଣାଇ(ସନ୍ତୋଷ କୁମାର ସାହୁ): ବଣାଇ ଦେଓଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିର ପରିସରରେ ବଣାଇ ବିଜେପି ମଣ୍ଡଳ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିନ ପରିପ୍ରେକ୍ଷୀରେ ସେବାପକ୍ଷ ପାଳନ ଅବସରରେ ସ୍ଵଛ ଅଭିଯାନ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ମିଥିଳା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସେବାପକ୍ଷ କାର୍ଯ୍ୟକ୍ରମର ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ବଣାଇ ଜିଲ୍ଲା ସଭାପତି ମନୋଜ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସ ବିହାରୀ ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟ ବାସୁଦେବ ସାହୁ, ବଣାଇ ସାଙ୍ଗଠନିକ ଜିଲ୍ଲାର ସାଧାରଣ ସମ୍ପାଦକ ଜିଲ୍ଲା ଉପ ସଭାପତି ଦିବ୍ୟ ମଞ୍ଜରୀ ଶେଖର ଦେଓ, ସୁନ୍ଦରଗଡ଼ ସରପଞ୍ଚ ସଙ୍ଘ ସଭାପତି ତଥା କେନ୍ଦ୍ରିକେଲା ସରପଞ୍ଚ ଉଗ୍ରେସନ କିଷାନ, ମଣ୍ଡଳ ସାଧାରଣ ସମ୍ପାଦକ ବୈକୁଣ୍ଠ ଗରଡିଆ, ସମ୍ପାଦକ ଶଂକର୍ଷଣ ସେନାପତି, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସଫେଇ ସୁପରଭାଇଜର ଅଶୋକ ପଣ୍ଡା ଓ ସଫେଇ କର୍ମଚାରୀ ଉପସ୍ଥିତ ରହି ମନ୍ଦିର ବେଢାରେ ଥିବା ମଇଳା ଆବର୍ଜନା ସଫା କରିଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଗ୍ରହ କ୍ରମେ ସେବା ପକ୍ଷକୁ ଉତ୍ସାହର ସହିତ ସମସ୍ତ ବିଜେପି କାର୍ଯ୍ୟକର୍ତା ପାଳନ କରିବା ପାଇଁ ଅଙ୍ଗିକାର ବଦ୍ଧ ବୋଲି ଉପସ୍ଥିତ କାର୍ଯ୍ୟକର୍ତା ମାନେ ପ୍ରକାଶ କରିଛନ୍ତି l