ପୂଜା ଦେଖି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ/ବଣାଇଁ (ସନ୍ତୋଷ କୁମାର ସାହୁ): ବଣାଇଁ ଆପରାଧିକ ମାମଲା ଥମିବାର ନାଁ ଧରୁନି। ପୁଣି ଲଜ୍ଜା, ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ଗଣ ବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଘଟଣାରୁ ପ୍ରକାଶ ଯେ, କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା ସମୟରେ ନାବାଳିକାଙ୍କ ସାଥୀମାନଙ୍କୁ ଭୟଭୀତ କରି ନାବାଳିକାଙ୍କୁ ଟେକି ନେଇଥିଲେ ଦୁଇଜଣ ଯୁବକ। ଏଥିନେଇ ପୀଡିତାଙ୍କୁ ପାଇବା ପରେ ସମସ୍ତେ କେ ବଲାଙ୍ଗ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ପୋଲିସ କେ ବଲାଙ୍ଗ ଥାନାରେ ଏକ ମାମଲା ନମ୍ବର ୧୧୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବରସୁଆଁ ଅଞ୍ଚଳର ଦୁଇଜଣ ବଳାତ୍କାର ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ ବୋଲି କେ ବଲାଙ୍ଗ ପୋଲିସ ସୂଚନା ଦେଇଛି । ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!