କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଗୁରୁବାର ଦିନନୂତନ କାର୍ଯ୍ୟନିର୍ବାହୀ ଅଧୂକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ତ୍ୱଭାର ଗ୍ରହଣ । ଶ୍ରୀ ରଣାଙ୍କୁ ଯୋଡ଼ା ପୌରପାଳିକା ପକ୍ଷରୁ ଯୋଡ଼ା ପୌରାଧ୍ଯ ଧକ୍ଷ ଜଗଦୀଶ ସାହୁ, ଯୋଡ଼ା ବିଡିଓ ଡାନିଷ ବେହେରା ଓ ଉପନଗରପାଳଙ୍କ ସମେତ ୧୪ଟି ୱାର୍ଡର ସମସ୍ତ କାଉନସିଲର୍ ସ୍ଵାଗତ ଜଣାଇଥିଲେ। ପରେ ଶ୍ରୀ ରଣା ଏକ ସ୍ଵଚ୍ଛତା ରଥ ଆରମ୍ଭକରିଥିଲେ। ତେବେ ମାତ୍ର ୨୧ ଦିନ ପାଇଁ ନିଯୁକ୍ତ ହୋଇଥିବା ଆଇଏସ ପବନ ରଣା କହିଛନ୍ତି ଯେ କମ୍ ଦିନ ପାଇଁ ଦାୟିତ୍ତ୍ଵ ମିଳିଥିଲେ ସୁଦ୍ଧା ଯୋଡ଼ା ତଥା ଲୋକଙ୍କ ବିକାଶ ପାଇଁ ଦୃଢ଼ ସଙ୍କଳ୍ପ ସହ କାମ କରିବି।