ସୁନ୍ଦରଗଡ଼/ବଣାଇ(ସନ୍ତୋଷ କୁମାର ସାହୁ): ଆସନ୍ତା ଦୁର୍ଗାପୂଜା ପାର୍ବଣକୁ ଶାନ୍ତି ଶୃଙ୍ଖଳା ସହିତ ପାଳନକରିବା ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହଠାରେ କମିଟି ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଏକଶାନ୍ତି କମିଟି ବୈଠକ ଅନୁଷ୍ଠିତହୋଇଥିଲା ।ଏହି ବୈଠକରେବଣାଇ ଉପଜିଲ୍ଲାପାଳ ଅକ୍ଷୟପିଲ୍ଲେ ଅଧ୍ୟକ୍ଷତା କରିବା ସହିତଉପସ୍ଥିତ ସଦସ୍ୟଙ୍କୁ ସ୍ବାଗତ ଜଣାଇଥିଲେ । ଆଗାମୀ ଦୁର୍ଗାପୂୂଜା ପର୍ବକୁ ଶାନ୍ତିଶୃଙ୍ଖଳାସହିତ ଆନନ୍ଦ ଉଲ୍ଲାସରେପାଳନ କରିବାକୁ ପରାମର୍ଶଦେଇଥିଲେ । ସେଥିପାଇଁଶୀନ୍ତିଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ବିଭାଗଆଲୋକ ବ୍ୟବସ୍ଥା ପାଇଁବିଦ୍ୟୁତ ବିଭାଗ ଭଳି ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ତଦାରଖ ଦାୟିତ୍ୱ ଦେଇଥିଲେ ।ଶେଷରେ ସମସ୍ତଙ୍କ ସହଯେଗକାମନାକରି ଧନ୍ୟବାଦ ଦେଇସଭା ସାଙ୍ଗ କରିଥିଲେ ।