କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସିତାରାଣୀ ପଟ୍ଟାୟତଙ୍କ ନିର୍ଦେଶ କ୍ରମେ ଚମ୍ପୁଆ ରେଞ୍ଜ ଅବକାରୀ ନିରୀକ୍ଷକ ଏଚ.ଜଗା ରାଓଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରବିବାର ଦିନ ଯୋଡ଼ା, ବଡ଼ବିଲ,ବଲାଣି ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ରେ ଅଚାନକ ଚଢ଼ାଉ କରିଥିଲେ।ଏହି ସ୍ୱତନ୍ତ୍ର ଟିମରେ ଯୋଡ଼ା ଅବକାରୀ ଅଧିକାରୀ ସବଇନ୍ସପେକ୍ଟର ପ୍ରଶାନ୍ତ କୁମାର ପରିଡା ଏବଂ ବଡ଼ବିଲ ଅଧିକାରୀ ସବଇନ୍ସପେକ୍ଟର ସନ୍ତୋଷ କୁମାର ନାଏକ ଓ ଭାବେଷ ଚନ୍ଦ୍ର ନାଏକ ସମେତ ଚମ୍ପୁଆ ଯୋଡ଼ା ବଡ଼ବିଲ ଷ୍ଟାଫ ସାମିଲ ହୋଇ ମଦ ଦୋକାନ ରେ ଧାର୍ଯ୍ୟ ମୁଲ୍ୟ ରୁ ଅଧିକ ଟଙ୍କା ମାଗିବା, ନକଲି ମଦ ଏବଂ ଦୋକାନ ରେ ଷ୍ଟୋକ ଥିବା ମଦକୁ ଯାଞ୍ଚ କରିଥିଲେ।
ତେବେ ଯାଞ୍ଚ ସମୟରେ ଦୋକାନ ରେ ଥିବା କିଛି ଗ୍ରାହକ ମାନଙ୍କ ପ୍ରତିକ୍ରିୟାଏବଂ ସମସ୍ୟା ଶୁଣି ଘଟଣାସ୍ଥଳ ରେ ହିଁ ତର୍ଜମା କରିଥିଲେ। ରବିବାର ଦିନ ପ୍ରଥମେ ଜରୁଡ଼ି ରେ ଥିବା ମଦ ଦୋକାନ,ପରେ ବଡ଼ବିଲ ଅଞ୍ଚଳରେ ଥିବା ଦୋକାନ ନମ୍ବର-୪ ଏବଂ ବଲାଣି ଦୋକାନ ରୁ ଯାଞ୍ଚ କରି ମଦ ର ନମୁନା ପରୀକ୍ଷା କରାଯାଇଥିବା ସୂଚନା ଚମ୍ପୁଆ ରେଞ୍ଜ ଅବକାରୀ ନିରୀକ୍ଷକ ଏଚ.ଜଗା.ରାଓ ଦେବା ସହ ଆଗକୁ ଆହରୁ ଚଢ଼ାଉ ଜାରିରିରହିବ ବୋଲି କହିଛନ୍ତି।ଅବକାରୀ ବିଭାଗ ର ଏଭଳି କାର୍ଯ୍ୟନୁଷ୍ଠାନ କୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ଆଗକୁ ଚାଲୁରହିଲେ ମଦ ମାଫିଆ ମାନେ ସାବାର୍ଡ ହେବେ ବୋଲି ମତବ୍ୟକ୍ତ କରିଛନ୍ତି।