କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ):ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ରେ ସ୍ୱଚ୍ଛ ଉତ୍ସବ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି, କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ସାପ୍ତାହିକ ହାଟ ଠାରେ ଦେଖିବାକୁ ମିଳିଛି ସ୍ବଚ୍ଛ ଉତ୍ସବ ଅଭିଯାନର ସୁନ୍ଦର ପଦକ୍ଷେପ, ଏହି ଆୟୋଜିତ କାର୍ଯ୍ୟକ୍ରମ ପଞ୍ଚାୟତ ର ଏକଜ୍ୟୁଟିଭ ଅଫିସର ଙ୍କ ତତ୍ବାବଧାନରେ ବଡ଼ କାଳିମାଟି ପଞ୍ଚାୟତ ର ସରପଞ୍ଚ ପାନପତି ମୁଣ୍ଡା, ସମିତି ସଭ୍ୟା ଅଷ୍ଟମୀ ମୁଣ୍ଡା, ସ୍ବଚ୍ଛତା ସାକ୍ଷୀ ଶୁଭ ଲକ୍ଷ୍ମୀ ମହାରଣା, ଏମ୍ ବି କେ ଗୀତାରାଣୀ ମହାନ୍ତ, ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବରଙ୍କ ସମେତ ସମସ୍ତ ଏସ୍ ଏଚ୍ ଜି ଗୃପ ର ମା ମାନଙ୍କ ସହାୟତାରେ ରବିବାର ସକାଳ ସାଢେ଼ ଆଠଟା ବେଳେ ଦବୁନା ସାପ୍ତାହିକ ହାଟ ଠାରେ ଥିବା ଅଳିଆ ଆବର୍ଜ୍ଜନା କୁ ସଫେଇ କରିଥିଲେ,
ଅଳିଆ ଆବର୍ଜ୍ଜନା ପ୍ରଦୂଷିତରେ ପଡ଼ି ରହିଲେ ସେଠାରେ ମଶା ମାଛି ଭଳି ଏମିତି ଅନେକ କ୍ଷତିଗ୍ରସ୍ତ ଜୀବ ଜନ୍ମ ହୁଅନ୍ତି ଓ ସେହି ମଶା ମାଛି ଙ୍କ ପାଇଁ ଅନେକ ପ୍ରକାର ମାରାତ୍ମକ ରୋଗରେ ସାଧାରଣ ଲୋକେ ଆକ୍ରାନ୍ତ ହୁଅନ୍ତି,ଏଥି ମଧ୍ୟରୁ ସଚେତନତା ପାଇଁ ସ୍ବଚ୍ଛତା ହିଁ ସେବା ଅଭିଯାନର ପାଦ ବଢ଼ାଇଥିବାର ଏହି ସମସ୍ତଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି,ଏହି କାର୍ଯ୍ୟକ୍ରମକୁ ସେପ୍ଟେମ୍ବର ୧୭ ତାରିଖ ରୁ ଆରମ୍ଭ କରିଥିବାବେଳେ ଆସନ୍ତା ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ରେ ଥିବା ପର୍ଯ୍ୟଟନ ସ୍ଥଳୀ, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଭଳି ଅନେକ ସ୍ଥାନରେ ଏହି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ପଞ୍ଚାୟତ ଅଫିସର ମତ ରଖିଛନ୍ତି।