ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲା କାର୍ଡ,ବେନର ଧରି ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରି ସଡ଼କ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରିଥିଲେ । ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ପରାମର୍ଶ କ୍ରମେ ଓ ଖେଳ ଶିକ୍ଷକ ନାରାୟଣ ଚୌଧୁରୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ୧୫୦ରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।
ଜାତୀୟ ସେବା ଯୋଜନା ଅଧିକାରୀ ରୋହିତ ଧରୁଆ ଓ ରେଡ କ୍ରସ କାଉନସିଲର ଧନେଶ୍ଵର ସାହୁଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମାନେ ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ି ଚାଲକ ମାନଙ୍କୁ ଅଟକାଇ ମୁଣ୍ଡରେ ହେଲମେଟ,ସିଟବେଲ୍ଟ ବ୍ୟବହାର ପୂର୍ବକ ସରକାର ଜାରି କରିଥିବ ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ ।ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଉପସ୍ଥିତ ସ୍ୱେଚ୍ଛାସେବୀ,ସାଧାରଣ ଲୋକଙ୍କୁ ଦୁର୍ଘଟଣାରୁ ବର୍ତିବା ପାଇଁ ନିଜ ଜୀବନ ରକ୍ଷା ସକାଶେ ରାସ୍ତାରେ ଯିବା ଆସିବା ବେଳେ ସମ୍ପୂର୍ଣ୍ଣ ଭାବେ ସଚେତନତା ଅବଲମ୍ବନ କରିବାକୁ ଆହ୍ବାନ ଦେଇଥିଲେ ।
ଅନୁଷ୍ଟିତ ଏହି ସଚେତନତା ଶୋଭାଯାତ୍ରାରେ ସଚେତନ ନାଗରିକ ମନୋରଞ୍ଜନ ମିଶ୍ର, ଜୟାନନ୍ଦ ପାଣିଗ୍ରାହୀ,ଆଦିକନ୍ଦ ପୂଜାରୀ,ଅଧ୍ୟାପକ ନୀଳମାଧବ ଛତ୍ର,ଝଲକ ମିଶ୍ର,ମନିସ ଆଚାର୍ଯ୍ୟ,ଆଶୀର୍ବାଦ ପ୍ରଧାନ,ମନୋଜ ମେହେର,ଯତୀନ୍ଦ୍ର ଦଣ୍ଡସନା,ପ୍ରଦୀପ ନାୟକ,ଆଲୋକ ସେଠୀ,ଆକାଶ ପ୍ରଧାନି,ସୁବଳ ପ୍ରଧାନ,ଦେବେଶ ଗଡ଼ନାୟକ,ବିଶ୍ୱମୟ ଗୁରୁ,ଅଧ୍ୟାପିକା ତୁଳସୀ ରାୟ, ଗ୍ରନ୍ଥାଗରିକ ଗରିବ ସାଳମା ପ୍ରମୁଖଙ୍କ ସହ ବିଦ୍ୟାଳୟ ଷ୍ଟାଫ ସାମିଲ ହୋଇଥିଲେ।