ଦେଢ ଲକ୍ଷ ଟଙ୍କାର ବାଣ ଜବତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସି ଅନ୍ତର୍ଗତ ଅରବିନ୍ଦ ନଗର-୪ର୍ଥ ଲାଇନର ଏକ ଘରେ ଗତ ଗୁରୁବାର ରାତିରେ ପୁଲିସ ଅଚାନକ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଣ ଜବତ କରିଛି। ଏହି ସବୁ ଜବତ ବାଣ ବିନା ଲାଇସେନ୍ସରେ ବେପାର କରୁଥିବା ବ୍ୟବସାୟ ଭଗବାନ ସାହୁଙ୍କ ହୋଇଥିବା ବେଳେ ଏହାର ପରିମାଣ ଦେଢ ଲକ୍ଷ ଟଙ୍କ ହେବ ବୋଲି ଜଣାପଡିଛି। ଏ ନେଇ ଥାନାରେ କେସ୍ ନଂ ୫୯୯ / ୨୫ରେ ଏକ ମାମଲା ରୁଜୁ ହୋଇଛି। ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ବ ରେ ଚଢାଉ ହୋଇଥିଲା। ଚଢ଼ାଉରେ ଏସ୍‌ଆଇ ବିନାୟକ ବିଧାର ଓ ଜ୍ୟୋତିଶ୍ରୀ ସାହୁ, ଏଏସ୍‌ଆଇ ସୁମନ୍ତ ବେହରାଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!