କୁଲାଡ ଗ୍ରାମର ସୋମିତ କୁମାର ସେଠ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି

ଅନୁଗୁଳ/ବଅଁରପାଳ (ଅଜିତ୍ କୁମାର ଭୋଇ) : ଶୁକ୍ରବାର ଦିନ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ବଅଁରପାଳ ବ୍ଲକ କୁଡାଲଡ ଗ୍ରାମ ତଥା ନାଲକୋ ବିଦ୍ୟୁତ୍ ମଜୁଦୁରୁ ସଂଘର ସାଧାରଣ ସମ୍ପାଦକଙ୍କ ସୁଜିତ କୁମାର ସେଠ ଙ୍କର ବଡ ଭାଇ ସ୍ୱର୍ଗତ ଅଦ୍ଵୈତ କୁମାର ସେଠଙ୍କ ସୁ ପୁତ୍ର ସୋମିତି କୁମାର ସେଠ ସେ ୧୮୩ ସ୍ଥାନରେ ରହିଛନ୍ତି। ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରରୁ ୨୦୦୮ ମସିହାରେ ସେ ମାଟ୍ରିକ ପାସ କରିଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ଵରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ବିଟେକ୍ ପାସ କରିଥିଲେ। ଭୁବନେଶ୍ଵର ରେ ରହି ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳାଇଥିଲେ।

ଏହା ତାଙ୍କର ସପ୍ତମ ପ୍ରୟାସ । ଧୈର୍ଯ୍ୟ ଓ ନିଷ୍ଠାର ସହ ପରିଶ୍ରମ ଜାରି ରଖିଥିଲେ ସଫଳତା ନିଶ୍ଚିତ ମିଳିବ ବୋଲି ସୋମିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବାପାଙ୍କ ଦେହାନ୍ତ ହୋଇଯାଇଥିଲେ ହେଁ ମା ସରୋଜିନୀ ସେଠ,ଦାଦା ରଣଜିତ ସେଠ,ଅଜିତ କୁମାର ସେଠ,ଅମିତ କୁମାର ସେଠ ଏବଂ ଖୁଡ଼ି ନମିତା ସେଠ, ସୁଚିତ୍ରା ସେଠ,ସୋପ୍ନିଳା ସେଠ,ସୁବାସିନୀ ସେଠ ଙ୍କ ଆର୍ଶୀବାଦ ଓ ପ୍ରେରଣା ତାଙ୍କୁ ଏ ସଫଳତା ଦେଇଛି ବୋଲି ଖୁସି ପ୍ରକଟ କରି କହିଛନ୍ତି ସୋମିତ୍।

Leave a Reply

Your email address will not be published. Required fields are marked *

error: Content is protected !!