ଅଧ୍ୟାପକ ଯଜ୍ଞେଶ୍ଵର ବିଶିଙ୍କ ଭକ୍ତି ରାସାତ୍ମକ କବିତା ସଂକଳନ “ପଦ୍ମ ପାଖୁଡ଼ା” ଲୋକାର୍ପିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜର ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଯଜ୍ଞେଶ୍ଵର ବିଶିଙ୍କ ସପ୍ତମ ପୁସ୍ତକ ଭକ୍ତି ରାସାତ୍ମକ ଏକପଦୀ କବିତା ସଂକଳନ “ପଦ୍ମ ପାଖୁଡ଼ା”ବାଲାଙ୍ଗୀର ଟାଉନ ବାଳିକା ବିଦ୍ୟାଳୟ ପରିସରରେ ଲୋକାର୍ପିତ ହୋଇଯାଇଛି I ଶାରଦୀୟ ପୂଜା ତଥା ଗାନ୍ଧୀ ଓ ଶାସ୍ତ୍ରୀ ଦିବସରେ ପ୍ରେରଣା ସମ୍ବାଦ ପତ୍ରର ପ୍ରତିଷ୍ଠା ଦିବସ ଅବସରରେ ଭକ୍ତି, ପ୍ରୀତି ଓ ସୂକ୍ତିର ତ୍ରିବେଣୀ ସଙ୍ଗମ ଘଟିଥିବା ଉକ୍ତ ପୁସ୍ତକକୁ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉନ୍ମୋଚନ କରିଥିଲେ l

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର ମିଶ୍ର ଏଇ ସଭାରେ ସଭାପତିତ୍ୱ କରିଥିବା ବେଳେ ମୁନିସିପାଲିଟିର ପୋୖରାଧ୍ୟକ୍ଷI ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି, ବରିଷ୍ଠ ବିଜେପି ନେତା ଶ୍ରୀ ଗୋପାଲଜୀ ପାଣିଗ୍ରାହୀ ଅନ୍ୟତମ ଅତିଥି ଏବଂ ଓଡିଆ ଭାଷା ସାହିତ୍ୟ ଗବେଷକ ଶ୍ରୀ ଦୈତାରୀ ମହାପାତ୍ର ମୁଖ୍ୟବକ୍ତା ଭାବରେ ଏ ସଭାରେ ଯୋଗଦାନ କରିଥିଲେ I ପ୍ରେରଣାର ବାର୍ଷିକ ବିବରଣୀ ପାଠ କରିଥିଲେ ଏହାର ସମ୍ପାଦକ ଶ୍ରୀ ରଘୁନନ୍ଦନ ସିଂ I ଅଞ୍ଜଳି ବାରିକ ସଭା ସଂଚାଳନ କରିଥିବାବେଳେ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରାୟ ଦୁଇ ଶହ ଜଣ କବି, କଲାକାର, ସାହିତ୍ୟିକ ଓ ପାଠକ ପାଠିକା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!