କଟକ ସହରରେ ସୋସିଆଲ ମିଡ଼ିଆ ବନ୍ଦ କଲେ ସରକାର

କଟକ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ପରେ ପ୍ରଶାସନ ଏଭଳି କଟକଣା ଲଗାଇଛି । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । କଟକ ସହରରେ ଆଜି ସନ୍ଧ୍ୟା ୦୭ ଟା ଠାରୁ ଆସନ୍ତାକାଲି ସନ୍ଧ୍ୟା ୦୭ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଡାଟା ସେବା ମାଧ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଏବଂ ପ୍ରବେଶ ଉପରେ ନିଷେଧ ଜାରି

କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ଦଶହରା ଭସାଣିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ଭସାଣ ଉତ୍ସବରେ ବିଧର୍ମୀମାନେ ଯେଉଁଭଳି ମା’ ଦୁର୍ଗାଙ୍କ ପ୍ରତିମା ଓ ଶୋଭାଯାତ୍ରାକାରୀଙ୍କ ଉପରେ ଢେଲା ମାଡ଼ ଓ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଗଲା ତାକୁ ନିନ୍ଦା କରିଛି ପରିଷଦ । ଆସନ୍ତାକାଲି ବନ୍ଦକୁ ସଫଳ କରିବା ପାଇଁ ଆଜି ଭିଏଚପି ପକ୍ଷରୁ ପୋତା ପୋଖରୀରୁ ଏକ ବାଇକ ରାଲି ବାହାରି ସହର ପରିକ୍ରମା କରିଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!