ମା ଦୁର୍ଗା ଯୁବକ ସଂଘ ଆନୁକୂଲ୍ୟରେ ଦଶହରା ପୂଜା ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ ମହାନ୍ତ): ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଳ ପଞ୍ଚାୟତ, କାଶିପାଳ ପାନପଶି ଗ୍ରାମର ଦେହୁରୀସାହି ମା ଦୁର୍ଗା ଯୁବକ ସଂଘ ଆନୁକୂଲ୍ୟରେ ଦଶହରା ଉପଲକ୍ଷେ ଡ୍ୟାନ୍ସ ଧାମାକା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫଗୁ ନାଏକ, ଅଖୟ କୁମାର ନାଏକ, ଉଦ୍ଧବ ନାଏକ, ରଞ୍ଜିତ ନାଏକ, କାମଦେବ ନାଏକ, ରୁନି ନାଏକ, ରତନି ନାଏକ, ସୁକୁମଣି ନାଏକ ଓ ସୀମା ନାଏକ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଗ୍ରାମରେ ଦଶହରା ପୂଜା ଆଜକୁ ପ୍ରାୟ ୭୦ ବର୍ଷରୁ ଅଧିକ ହେବ ଗ୍ରାମବାସୀ ମିଳିତ ସାହାଯ୍ୟ ସହଯୋଗରେ କରି ଆସୁଛନ୍ତି। ଏହି ଦଶହରା ପୂଜା ଉପଲକ୍ଷେ ଡ୍ୟାନ୍ସ ଧାମାକା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମା ଦୁର୍ଗା ଯୁବକ ସଂଘ ଅନୁକୂଲ୍ୟରେ ପ୍ରାୟ ୧୦ ବର୍ଷ ହେବ କରିଆସୁଛନ୍ତି।

ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଯୁବ ସମାଜସେବୀ ଦିବାକର ମହାନ୍ତ ଯୋଗଦେଇ ଥିଲେ।ଶ୍ରୀ ତ୍ରିପାଠୀ ସେଠାରେ ମା’ ଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ଉପସ୍ଥିତ ଥିବା ଜନସାଧାରଣ ଓ ଗ୍ରାମବାସୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅଭିଭାଷଣ ରେ ମା ଦେବୀ ଦୁର୍ଗାଙ୍କ ପୂଜା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!