ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ): ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ, କେନ୍ଦୁଝର । ଚମ୍ପୁଆ ବ୍ଲକ୍ ସୁନାପଶି ପଞ୍ଚାୟତ ଅନ୍ତର୍ଗତ ବାଙ୍କ ଗ୍ରାମର ଲଳିତ ଲୋହାର ଗ୍ୟାସରେ ରୋଷେଇ କରୁଥିବା ସମୟରେ ଅତ୍ୟଧିକ ଗ୍ୟାସ ଛାଡିବା ଫଳରେ ହାତ, ଗୋଡ଼, ମୁହଁ, ପିଠି ଆଦି ପୋଡି ଯାଇଥିଲା। ତାଙ୍କୁ ଉଦ୍ଧାର କରି ପଡୋଶୀ ସୁରେଶ ଚନ୍ଦ୍ର ଲୋହାର ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛଅ ଦିନ ଧରି ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଲଳିତଙ୍କର ପରିବାରରେ ନିଜର କେହି ନ ଥିବାବେଳେ ପଡୋଶୀ ସୁରେଶଙ୍କ ମଧ୍ୟ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ସେ ଲଳିତଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା କରିବାକୁ ଅସମର୍ଥ ହୋଇପଡିଥିଲେ । ଫଳରେ ଲଳିତଙ୍କର ଶୁଦ୍ଧିକ୍ରିୟା ପାଇଁ ସୁରେଶ ଭରସା ପରିବାର ଟ୍ରଷ୍ଟ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରାଧ ରକ୍ଷା କରି ଭରସା ପରିବାରର ଉପଦେଷ୍ଟା ଦୁଷ୍ମନ୍ତ କୁମାର ବେହେରାଙ୍କ ସହିତ ସଦସ୍ୟ ଶରତ ଖିଲାର ତାଙ୍କ ବାସଭବନରେ ଯାଇ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସାମଗ୍ରୀ ସହାୟତା ପ୍ରଦାନ କରିଛନ୍ତି । ଭରସା ପରିବାରର ଏତାଦୃଶ୍ୟ କାର୍ଯ୍ୟ ପାଇଁ ଗ୍ରାମ ବାସୀଙ୍କ ପକ୍ଷରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat