ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୩ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ଚତୁର୍ଥ ସନ୍ଧ୍ୟା ରେ ବରୁଣ ରାଜା ଲକ୍ଷ୍ମୀ ଙ୍କ ପାଇଁ ସ୍ବୟମ୍ବର ସଭା ଆୟୋଜନ। ବିଷ୍ଣୁ ଲାଖ ବିନ୍ଧି ଲକ୍ଷ୍ମୀଙ୍କୁ ବିବାହ, ସ୍ବୟମ୍ବରୁ ବିଫଳ ହୋଇ ମୁରାସୁର ବିଚଲିତ । ପ୍ରମୁଖ ଦୃଶ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟାୟକ୍ରମେ ମଞ୍ଚସ୍ଥ ହୋଇଥିଲା। ସନ୍ଧ୍ୟା ରେ ରାଜା ମୁରାସୁର ପାତ୍ରମନ୍ତ୍ରୀଙ୍କ ସହ ଶୋଭାଯାତ୍ରା ରେ ନଗର ପରିକ୍ରମା କରିବା ପରେ ଦରବାରରେ ପହଞ୍ଚିଥିଲେ। ରାଜ ନର୍ତ୍ତକୀ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା।
ମହାରାଜଙ୍କ ଆଦେଶ କ୍ରମେ ଗଜଲକ୍ଷ୍ମୀ ପୂଜା କମିଟି ସହ ସମ୍ପାଦକ ଧନଞ୍ଜୟ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ ସଭାରେ ରାଜ ଅତିଥି ଭାବରେ ସାମ୍ବାଦିକ ରବୀନ୍ଦ୍ର ହୋତା,ନମିତା ହୋତା,ଶେଷଦେବ ବାରିକ ,ବ୍ରଜ ଗୋପାଳ ପଣ୍ଡା, ସତ୍ୟବାନ ପୁରୋହିତ, ମୁର୍ଷୁଣ୍ଢୀ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଭବାନୀ ଶଙ୍କର ପାଣିଗ୍ରାହୀ ପ୍ରମୁଖ ରାଜ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା, ବାଗବର ସରପଞ୍ଚ ପ୍ରତିନିଧି ବିପିନ ପଣ୍ଡା ପ୍ରମୁଖ ରାଜା ଅତିଥି ଭାବେ ଯୋଗଦେଇ ଥିଲେ। କମିଟି ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ, ଉପଢୌକନ ଓ ସୃତି ଫଲକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ‘ ଗଜଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। କମିଟିର ସମସ୍ତ ସଦସ୍ୟ ଉପସ୍ଥିତିରେ ପୁଷ୍ପାଞ୍ଜଳି ଓ ଆଳତି କାର୍ଯ୍ୟକ୍ରମ ହେଉଛି।
ବ୍ୟାସ ପଣ୍ଡିତ ଅଜିତ କୁମାର ଦାସଙ୍କ ଦ୍ବାରା ଗୁରୁବାର ରାମ ବନବାସ ପ୍ରସଙ୍ଗ ଉପରେ ପୁରାଣ ପଠନ ହେଉଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରବଣ କରୁଛନ୍ତି। ବହୁ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନଭରି ଉପଭୋଗ କରୁଛନ୍ତି। ଚତୁର୍ଥ ଦିବସରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ମିନାବଜାର ର ମଜା ନେବା ସହିତ ଚଟପଟି ଖାଦ୍ୟର ମଜା ମଧ୍ୟ ନେଉଛନ୍ତି ଦର୍ଶକ। ଆଜିର କାର୍ଯ୍ୟ କ୍ରମରେ ପୂଜା କମିଟିର ସଭାପତି ଲବ କୁମାର ସାହୁ, ସମ୍ପାଦକ ତ୍ରିୟଞ୍ଜୀବି ମିଶ୍ର, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡୀଆ, କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି , ଉପଦେଷ୍ଟା ରାଜ ଗୋପାଳ ପାଣିଗ୍ରାହୀ, କୁଶ କୁମାର ସାହୁ, ପ୍ରମାନନ୍ଦ ଜଟି, ସତ୍ୟଞ୍ଜିବ ମିଶ୍ରଙ୍କ ସହ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ