ବୁଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ କୁମାର ପୂର୍ଣ୍ଣିମା ଦିନରୁ ଅନୁଷ୍ଠିତ ହୋଇଆସୁଥୁଲା ବେଳେ ଦୈନିକ ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନାନା ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପଦାର୍ଥ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଉଥିଲା I ତେବେ ଆଜି ପଞ୍ଚମ ଦିନରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଜାକଜମକରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏ ପରିପ୍ରେକ୍ଷୀରେ ବୁଗୁଡା ସହରର ହାଇସ୍କୁଲ ଛକ, ବଡଦାଣ୍ଡ ସାହି କମିଟି ପକ୍ଷରୁ ଆୟୋଜିତ ଗଳଲକ୍ଷ୍ମୀ ମେଢ ଗୁଡିକର ବିସର୍ଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ୟ ବାଦଣା ଓ ନାନା ବେଶର ପଟୁଆର ସହ ବାଣ ଫୁଟାଇ ମା’ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Powered by Joinchat