ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଷ୍ଠ ରୋଗ ସମ୍ପର୍କରେ ଥିବା ଭ୍ରାନ୍ତି ଓ ମିଥ୍ୟା ଧାରଣାକୁ ଭାଙ୍ଗିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟଶାଳାରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ୱ।ର୍ଡ ମେମ୍ବର ଜଗନ୍ନାଥ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସଚେତନତା କାର୍ଯ୍ୟଶାଳାକୁ ସସକାଓ୍ବା ଇଣ୍ଡିଆ କୁଷ୍ଠ ଫାଉଣ୍ଡେସନ ପକ୍ଷରୁ ଏ.ପି.ଏମ. ଶ୍ରୀ ସ୍ଵରୂପ ରଞ୍ଜନ ଓ ପ୍ରେଗ୍ରମ ଅଫିସର ନେତୃତ୍ୱ ଦେଇଥିଲେ। ଏଥିରେ ଶ୍ରୀ ସ୍ଵରୂପ ରଞ୍ଜନ କୁଷ୍ଠ ରୋଗର ଇତିହାସ, ବର୍ତ୍ତମାନ ପରିସ୍ଥିତି, ରୋଗଟି କଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ସବିସ୍ତାର ତଥ୍ୟ ଦେଇଥିଲେ। ସେ ସମାଜରେ କୁଷ୍ଠ ରୋଗୀଙ୍କ ମର୍ଯ୍ୟାଦା ପୁନଃସ୍ଥାପନ ଓ ତାଙ୍କୁ ମୁଖ୍ୟ ସମାଜ ଧାରାରେ ଆଣିବା ଆବଶ୍ୟକତା ଉପରେ ଜୋର ଦେଇଥିଲେ।ଶେଷରେ ସେ ସମସ୍ତଙ୍କୁ ଉତ୍ସାହିତ କରି କୁଷ୍ଠ ଏକ ରୋଗ, ଶାପ ନୁହେଁ ବାଣୀ ଦେଇ ସଚେତନତା ବାର୍ତ୍ତା ପ୍ରସାର କରିଥିଲେ।