ଗିରିଗୋବର୍ଧନ ପୁଜା ଏବଂ ହରିନାମ ସଙ୍କୀର୍ତ୍ତନ।

ରାୟଗଡ଼ (ଗୋପୀନାଥ ଗୌଡ଼):କୁମୂତାଲ ପେଟା ପଂଚାୟତ ଅନ୍ତର୍ଗତ ଉଗ୍ରତାରା ନଗର ସ୍ଥିତ ଶ୍ରୀ ଜଗନ୍ନାଥ ଦାସ ଭାଗବତ ସତସଙ୍ଗ ମନ୍ଦିରରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧା ସହ ଗିରି ଗୋବର୍ଦ୍ଧନ ପୁଜା ଓ ହୋମ ଯଜ୍ଞ ଅଖଣ୍ଡ ନାମ ସଂକୀର୍ତ୍ତନ ସହ ଚାରି ପ୍ରହର ନାମ ଯଜ୍ଞ ପୂଜ୍ୟ ଯୋଗିଶ୍ରୀ ଚୈତନ୍ୟ ରାମଜିଙ୍କ ତତ୍ତ୍ଵାବଧନରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ମାତ୍ରୁମଣ୍ଡଳୀ ଯୋଗ ଦେଇ , ଏହି ମହାଜଜ୍ଞକୁ ସଞ୍ଚାଳନ କରିବାରେ ସହଯୋଗ କରିଥିଲେ।

୨୨-୧୦-୨ ୦୨୫ ବୁଧବାର ସକାଳ ଠାରୁ ୨୩-୧୦-୨୦୨୫ ଅପରାହ୍ନ ପର୍ଯ୍ୟନ୍ତ କଳସ ଯାତ୍ରା ସହିତ ଆରମ୍ଭ ହୋଇ ଯଜ୍ଞ ଗୋବର୍ଦ୍ଧନ ପୂଜନ ନାମ ସଙ୍କୀର୍ତ୍ତନ ସହ ପୂର୍ଣ୍ଣ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା , ଗୁରୁଜନ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଯୁଦ୍ଧିଷ୍ଟିର ପ୍ରଧାନ ସଙ୍କୀର୍ତ୍ତନ ମଣ୍ଡଳୀ ଗୁରୁ ଉଜିଦି ପ୍ରଧାନ ଧର୍ମ ପ୍ରେମୀ ମୁଖ୍ୟ ସହଯୋଗି ଦୂର୍ଗା ପ୍ରସାଦ ମହାପାତ୍ର , ପ୍ରମଦ ସାହୁ, ବିଭୀଷଣ ସାହୁ, ଭୀମସେନ ପ୍ରଧାନ, ପୂଜକ ନୀଳାଚଳ ପଣ୍ଡା , ଧର୍ମେନ୍ଦ୍ର ପଣ୍ଡା, ବୈକୁଣ୍ଠ ସ୍ୱାଇଁ ସମେତ ଅନୁଷ୍ଠାନ ର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଆବାଳ ବୃଦ୍ଧ ବନିତା ଅଂଶ ଗ୍ରହଣ କରି ସେବା ଦେବା ସହ ପ୍ରଭୁଙ୍କର କୃପା ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!