ବୁଗୁଡ଼ାରେ ମା’ କାଳୀଙ୍କ ଭସାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ମଦନ ମୋହନ ଛକ ପୂଜା ମଣ୍ଡପରେ ଗତ ଦୀପାବଳି ଠାରୁ ପୂଜା ପାଇ ଆସୁଥିବା ମା’ କାଳୀଙ୍କ ଭସାଣି ଉତ୍ସବ ଆଜି ଅଷ୍ଟମ ଦିନରେ ଅତ୍ୟନ୍ତ ଜାକଜମକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ପକ୍ଷରୁ ମା’ଙ୍କୁ ଆନନ୍ଦ ଉଲ୍ଲାସର ସହ ବିଦାୟ ଦିଆଯାଇଛି।ପୂଜା ମଣ୍ଡପରୁ ଏକ ବିଶାଳ ଶୋଭାଯାତ୍ରାରେ ମା’ଙ୍କୁ ନିଆଯାଇ ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟ ବାଜଣା ସହ ବାଣ ଫୁଟାଇ ମା ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat