ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୁର ଦୁରାନ୍ତ ଯାତ୍ରୀ।

ରାୟଗଡ଼(ଗୋପୀନାଥ ଗୌଡ଼): ବାତ୍ୟା “ମନ୍ଥା” ଘୋଷଣା ହେବା ପରେ ଜନ ସାଧାରଣ ଦୁର ଯାତ୍ରା କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ଜଗଦଲପୁର ଭୁବନେଶ୍ୱର, ରାଉରକେଲା କୋରାପୁଟ ସମସ୍ତ ଟ୍ରେନ ବାତିଲ ହୋଇଥିବା ଯୋଗୁଁ ରାୟଗଡ଼ ବସଷ୍ଟାଣ୍ଡରେ ଭାରି ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି। ବସ୍ ଷ୍ଟାଣ୍ଡ ପରିସରରେ ପିଇବା ପାଣି ବ୍ୟବସ୍ଥା ନାହିଁ ଏଵଂ ଶୌଚାଳୟ ଅଭାବ ଯୋଗୁଁ ଦୁର ଦୁରାନ୍ତ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାୟଗଡ଼ ଠାରୁ କୋରାପୁଟ ସମସ୍ତ ସରକାରି ଏବଂ ଘରୋଇ ବସ୍ ଚଳାଚଳ କରୁଥିବା କହିଛନ୍ତି ସରକାରୀ ବସ୍ ଡିପୋ ମ୍ୟାନେଜର ସଂଗ୍ରାମୀ କିଶୋର ଜେନା।

Leave a Reply

Your email address will not be published. Required fields are marked *

Powered by Joinchat