ସୁବର୍ଣ୍ଣପୁରରୁ ବାହାରିଲା କାଳିଆ ତୁଳସୀ ଯାତ୍ରା ରଥ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପାତାଳୀ କ୍ଷେତ୍ର କୋଟସମଲାଇ ଠାରୁ ଶ୍ରୀକ୍ଷେତ୍ର ପୁରୀ କୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ନିମନ୍ତେ ପଦ୍ମ ଓ ଗେଣ୍ଡୁଫୁଲ ସହିତ ତୁଳସୀ ଲାଗି ହେବାପାଇଁ ଲୋକ ମାନଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ଦିବ୍ୟ ଦ୍ରବ୍ୟ ସହ ଅନୁଭବ ସବୁ କୁ ନେଇ ଆଜି ବାହାରିଛି କାଳିଆ ତୁଳସୀ ରଥ। ଏହା ଆଜି ପ୍ରାତଃ ୫.୩୦ ରୁ ପାତାଳୀ କ୍ଷେତ୍ର ରୁ ବାହାରି ଉଲୁଣ୍ଡା ଜଗନ୍ନାଥ ମନ୍ଦିର ପରେ ବିନିକା ଦୁର୍ଗାମଣ୍ଡପ , ଜଗନ୍ନାଥ ମନ୍ଦିର ବିଶିମୁଣ୍ଡା ଦଧିବାବନ ମନ୍ଦିର, ମନମୁଣ୍ଡା, ବାଉଁଶୁଣୀ, ବୈ।ଦ୍ଧ , ପୁରୁଣା କଟକ, ଦଶପଲ୍ଲା,ମହୀପୁର, ନୟାଗଡ଼ ପରେ ଖୋର୍ଦ୍ଧା, ଭୁବନେଶ୍ବର, ସାକ୍ଷୀଗୋପାଳ ଓ ପୁରୀ ଗୁଣ୍ଡିଚା ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ସଂଗୃହିତ ସମସ୍ତ ତୁଳସୀ ଓ ଫୁଲ ଅର୍ପଣ କରାଯିବ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!